fbpx

ବେଇମାନୀର ଶିକାର ହେଲେ ଖୋଦ ଅଧିନାୟକ ଶାକିବ: ଆଉଟକୁ ନେଇ ଟାର୍ଗେଟରେ ପାକିସ୍ତାନ

ନୂଆଦିଲ୍ଲୀ: ଆଜିର ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ସେମି ଫାଇନାଲ ଟିକେଟ ପାଇଛି ପାକିସ୍ତାନ । ୫ ୱିକେଟରେ ଶାକିବ ସେନାକୁ ପରାସ୍ତ କରିଛି ବାବର ଆର୍ମି । କିନ୍ତୁ କ୍ରିକେଟ ମଇଦାନର ଏହି ଯୁଦ୍ଧ ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ । ପାକିସ୍ତାନକୁ ଧୋକାବାଜ ଏବଂ ଚିଟର ବୋଲି କହି ଟ୍ରୋଲ କରି ଚାଲିଛନ୍ତି ୟୁଜର । ତେବେ କେବଳ ପାକିସ୍ତାନ ନୁହେଁ ଅମ୍ପାୟାରଙ୍କ ନିଷ୍ପତ୍ତି ଏବଂ ସେମାନଙ୍କ ଦକ୍ଷତା ଉପରେ ମଧ୍ୟ ଉଠିଛି ଆଙ୍ଗୁଳି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ହେଉଛି ବାଂଲାଦେଶର ଅଧିନାୟକ ଶାକିବ ଅଲ ହାସନଙ୍କ ୱିକେଟର ଦୃଶ୍ୟ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଶାକିବଙ୍କୁ ଅମ୍ପାୟାରଙ୍କ ଖରାପ ନିଷ୍ପତ୍ତି ତଥା ପାକିସ୍ତାନର ବେଇମାନୀର ଶିକାର ହେବାକୁ ପଡିଛି ବୋଲି ୟୁଜର ଦାବି କରିଛନ୍ତି । ଚଳିତ ବିଶ୍ୱକପରେ ଖରାପ ଅମ୍ପାୟାରିଙ୍ଗ ଅନେକ ଘଟଣା ସାମନାକୁ ଆସିଛି । ବିଶେଷ କରି ଭାରତ, ପାକିସ୍ତାନ ଏବଂ ବାଂଲାଦେଶର ମ୍ୟାଚ ଗୁଡିକରେ ଏଭଳି ଘଟଣା ଅଧିକ ହେଉଥିବା ଦେଖାଯାଉଛି । ଏବେ ପାକିସ୍ତାନ ବିପକ୍ଷରେ ଶାକିବଙ୍କ ୱିକେଟକୁ ନେଇ ବିବାଦ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ଶାଦବ ଖାନଙ୍କ ଓଭରରେ ନିଜର ପ୍ରଥମ ବଲ ଖେଳିବାକୁ ପହଞ୍ଚିଥିଲେ ଶାକିବ । କିନ୍ତୁ ଏହି ବଲ ତାଙ୍କ ଗୋଡରେ ବାଜିଥିଲା । ତେଣୁ ପାଳି ଆରମ୍ଭ କରିବା ପୂର୍ବରୁ ହିଁ ଲେଗ୍ ବିପୋର ହୋଇ ନିଜ ୱିକେଟ ହରାଇଥିଲେ ବାଂଲାଦେଶ ଅଧିନାୟକ ଶାକିବ । କିନ୍ତୁ ଏହା ଗୋଡରେ ବାଜିବା ପୂର୍ବରୁ ଶାକିବଙ୍କ ବ୍ୟାଟରେ ଲାଗିଥିବା ଚର୍ଚ୍ଚା ହେଉଛି ।

ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଉଠିଛି ଟ୍ରୋଲର ଝଡ । ଯାହାର ଶିକାର ହୋଇଛନ୍ତି ପାକିସ୍ତାନ ଟିମ ଏବଂ ମ୍ୟାଚର ଅମ୍ପୟାର । ଶାକିବ ଏଥିରେ ନଟ୍ ଆଉଟ୍ ଥିବା ପରେ ମଧ୍ୟ ତାଙ୍କୁ ଆଉଟ ଡିକ୍ଲାର କରାଯାଇଛି । ଏପରିକି ଥାର୍ଡ ଅମ୍ପାୟାର ଏହା ଦେଖି ମଧ୍ୟ ଶାକିବଙ୍କୁ ଆଉଟ ଦେବା ଘଟଣାକୁ ହଜମ କରି ପାରିନାହାନ୍ତି ୟୁଜର । ବାଂଲାଦେଶର ଫ୍ୟାନ୍ସ ଏଥିପାଇଁ ଅମ୍ପାୟାରଙ୍କୁ ଦୋଷ ସହିତ ପାକିସ୍ତାନକୁ ମଧ୍ୟ ଟ୍ରୋଲ କରିଛନ୍ତି । ପାକିସ୍ତାନୀ ଟିମକୁ ‘ଚିଟର’ ଏବଂ ବେଇମାନ ବୋଲି କହିଛନ୍ତି କ୍ରିକେଟ ପ୍ରେମୀ । କେବଳ ପ୍ରଶଂସକ ନୁହେଁ, ପୂର୍ବତନ କ୍ରିକେଟର ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଛନ୍ତି ।

Get real time updates directly on you device, subscribe now.