fbpx

ଆରମ୍ଭ ହେଉଛି 6G ପାଇଁ ପ୍ରସ୍ତୁତି! 5Gଠାରୁ ଦେବ ୧୦୦ ଗୁଣ ଅଧିକ ସ୍ପିଡ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଭାରତରରେ ୬ଜି ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ୪ଜି ଏବଂ ୫ଜି ସେବାକୁ ନେଇ ଅଧିକାଂଶ ଲୋକ ଅଭିଯୋଗ ଆଣୁଥିଲେ ବି ଦେଶ ୬ଜି ପାଇଁ ପ୍ରସ୍ତୁତି ହେଉଥିବା ନେଇ ଅନୁମାନ କରାଯାଉଛି । ଆଗକୁ ଦେଶବାସୀ ୫ଜସି ଭଳି ୬ଜି ଇଣ୍ଟରନେଟ ସେବାର ମଧ୍ୟ ସେବା ପାଇପାରିବେ । ଏହାଦ୍ୱାରା ଇଣ୍ଟରନେଟ ସେବା ଆହୁରି ବଢିଯିବା ସହ କମ୍ ସମୟରେ ଅଧିକ କାମ କରିହେବ ।

ଆଜି ଆଇଟିୟୁ ବା ଇଣ୍ଟରନେସନାଲ ଟେଲିକମ୍ୟୁନିକେସନ ୟୁନିୟନ ଏରିୟାଅଫିସ ଏବଂ ଇନୋଭେସନ ସେଣ୍ଟରର ଉଦଘାଟନ ପାଇଁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ୬ଜି ଭିଜନ ଡକ୍ୟୁମେଣ୍ଟ ସହିତ ୬ଜି ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ଟେଷ୍ଟ ବେଡ ମଧ୍ୟ ଲଞ୍ଚ କରିଛନ୍ତି । ଏହାସହିତ ସେ ଏହି ଦଶନ୍ଧିକୁ ଭାରତର ଟେକ୍-ଏଡ୍ ବୋଲି କହିଛନ୍ତି । ତେବେ ପ୍ରଶ୍ନ ଆସେ କି ୬ଜି ଟେଷ୍ଟ ବେଡର ଫାଇଦା କ’ଣ ହୋଇପାରେ ? ଏହା ସାହାଯ୍ୟରେ ଇଣ୍ଡଷ୍ଟ୍ରି, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ଆସୁଥିବା ଟେକ୍ନୋଲୋଜିଗଡିକର ଟେଷ୍ଟ କରିବ ।

ଦେଶରେ ଇନୋଭେସନ କରାଇବାରେ ୬ଜି ସେବା ଖୁବ ସହାୟକ ହେବ ବୋଲି କୁହାଯାଉଛି । ତେବେ ୫ଜି ଅପେକ୍ଷା ୬ଜିର ସ୍ପିଡ ନିଶ୍ଚି୍ ଭାବରେ ଅଧିକ ରହିବ । ତେବେ ଏହା ବ୍ୟତୀତକମ୍ୟୁନିସେନ ଟେକ୍ନୋଲୋଜି ଦିଗରେ ମଧ୍ୟ ଖୁବ ଆଗରେ ରହିବ ୬ଜି । ଏହା ଏକ କ୍ୟୁନିକେସନ ଟେକ୍ନୋଲୋଜି ହେବ ବୋଲି କୁହାଯାଉଛି । ଏହାଦ୍ୱାରା ଫାଷ୍ଟ ଇଣ୍ଟରନେଟ ସହିତ ଦମଦାର କନେକ୍ଟିଭିଟି ମଧ୍ୟ ମିଳିପାରିବ । ତେବେ ଏହା ବର୍ତ୍ତମାନ ପ୍ରାରମ୍ଭ ଅବସ୍ଥାରେ ରହିଛି ।

୫ଜି ଅପେକ୍ଷା ୬ଜିରେ ସ୍ପିଡ କେତେ ବଢିବ? 

୫ଜିରେ ସର୍ବାଧିକ ସ୍ପିଡ ୧୦୦ଜିବିପିଏସ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ । କିନ୍ତୁ ୬ଜି ସ୍ପିଡ ନେଟୱାର୍କରେ ଏହା ୧ଟିବିପିଏସକୁ ଛୁଇଁପାରେ । ଅର୍ଥାତ ୬ଜିରେ ଉପଭୋକ୍ତାଙ୍କୁ ୫ଜି ଅପେକ୍ଷା ୧୦୦ ଗୁଣ ଅଧିକ ଇଣ୍ଟରନେଟ ସ୍ପିଡ ଦେଖିବାକୁ ମିଳିବ । ତେବେ ଏହି ଦଶକର ଶେଷ ଅର୍ଥାତ ୨୦୩୦ ସୁଦ୍ଧା ୬ଜି ବ୍ୟବସାୟିକ ଭାବରେ ଲଞ୍ଚ ହୋଇପାରେ । ନୋକିଆର ସିଇଓ ଏବଂ ସଭାପତି ମଧ୍ୟ ଏହାର ଭବିଷ୍ୟବାଣୀ କରିଛନ୍ତି ।

Get real time updates directly on you device, subscribe now.