fbpx

ଖୁବଶୀଘ୍ର ଭାରତକୁ ମିଳିବ 6G ଟେକ୍ନୋଲୋଜି: ଜାଣନ୍ତୁ କେମିତି ରହିବ ଏହାର ସ୍ପିଡ୍ ଓ ନେଟୱାର୍କ

ନୂଆଦିଲ୍ଲୀ: ୬ଜି ନେଟୱାର୍କ ଉପରେ ଅନେକ କମ୍ପାନୀ କାର୍ଯ୍ୟ ଜାରି ରଖିଛନ୍ତି । ସାମସଙ୍ଗ, ଏଲଜି, ହୁଆୱେଇ ପରି କମ୍ପାନୀମାନେ ରେସରେ ସାମିଲରେ ସାମିଲ ରହିଛନ୍ତି । ଭାରତରେ ଟେଲିକମ କମ୍ପାନୀଗୁଡ଼ିକ ବର୍ତ୍ତମାନ ସମୟରେ ୫ଜି ଟ୍ରାଏଲ ଜାରି ରଖିଥିବା ବେଳେ ଆସନ୍ତା ବର୍ଷ ଏହା ଲଞ୍ଚ ହେବ । ଏହି ଅବସରରେ ୫ଜି ସର୍ଭିସ କମର୍ସିଆଲ ରୋଲଆଉଟ ପୂର୍ବରୁ ୬ଜି ଆସିବା ଖବର ଶୁଣାଯାଉଛି । ବର୍ତ୍ତମାନ ଭାରତରେ ୬ଜିର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ୫ଜି ଅପେକ୍ଷା ୬ଜିର ଇଣ୍ଟରନେଟ ସ୍ପିଟ ୫୦ ଗୁଣ ଅଧିକ ରହିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ତେବେ କେନ୍ଦ୍ର ସରକାର ୬ଜି ନେଟୱାର୍କର ପ୍ରସ୍ତୁତି ଆରମ୍ଭ କରିସାରିଥିବା କିଛି ରିପୋର୍ଟରୁ ଜଣାପଡ଼ିଛି । ଟେଲିକମ୍ ବିଭାଗ ପକ୍ଷରୁ ଏହାର ଦାୟିତ୍ୱ ଷ୍ଟେଟ ଅପରେଟଡ୍ ଟେଲିକମ୍ପ୍ୟୁନିକେସନ ରିସର୍ଚ୍ଚ କମ୍ପାନୀ(ସି-ଡଟ)କୁ ପ୍ରଦାନ କରାଯାଇଛି । ୬ଜି ନେଟୱାର୍କ ସମ୍ବନ୍ଧିତ ସମସ୍ତ ଟେକନିକ ହାସଲ କରିବା ପାଇଁ ସରକାର ସି-ଡଟକୁ ଦାୟିତ୍ୱ ଦେଇଛନ୍ତି । ଆସନ୍ତା ୨୦୨୮-୩୦ ମଧ୍ୟରେ ଗ୍ଲୋବାଲ ସ୍ତରରେ ୬ଜି ନେଟୱାର୍କକୁ ରୋଲଆଉଟ କରାଯିବାର ଅନୁମାନ କରାଯାଉଛି । ୬ଜି ନେଟୱାର୍କରେ ସ୍ପିଡ ୧୦୦୦ ଜିବିପିଏସ ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ଏଲଜି ୬ଜିର ଟ୍ରାଏଲ ଆରମ୍ଭ କରିସାରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.