fbpx

୨୧ରୁ ଏକାଦଶ ଓ ୨୫ରୁ ୮ମ ଶ୍ରେଣୀ ସ୍କୁଲ ଖୋଲିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ବିଶେଷ ପ୍ରଭାବିତ ହେଉଥିବା ବେଳେ ସ୍କୁଲ ଖୋଲିବା ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦଶହରା ପରେ ୮ମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ଅଫଲାଇନ୍ ମାଧ୍ୟମରେ ଆରମ୍ଭ ହେବ । ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି । ସେହିପରି ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବ । ଏନେଇ ଆସନ୍ତାକାଲି ଡିଇଓମାନଙ୍କ ସହ ବୈଠକ ବସିବ । ପ୍ରଥମରୁ ୭ମ ଶ୍ରେଣୀ ଖୋଲିବା ସମ୍ପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କରୋନା ପାଇଁ ଗତ ୨ ବର୍ଷ ହେବ ପାଠପଢ଼ା ବ୍ୟାହତ ହୋଇଛି । କରୋନା କମିଥିବା ବେଳେ ଟିକାକରକଣକୁ ବ୍ୟାପକ କରାଯାଇଛି ଓ ଅନ୍ୟପଟେ ଛୋଟ ପିଲାଙ୍କ ପାଇଁ ମଧ୍ୟ ଟିକା ଆସିଯାଇଛି । ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.