fbpx

News across the Earth, news close to your heart, Read Odisha Bhaskar English

ଏହିସବୁ ଅଭ୍ୟାସ ପାଇଁ ଅଧିକାଂଶ ଲୋକ ମେଦବହୁଳତାର ଶିକାର ହୋଇଥାନ୍ତି, ଜାଣନ୍ତୁ କ’ଣ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମେଦବହୁଳତା ଏକ ମୁଖ୍ୟ ସମସ୍ୟା । କେବଳ ଖାଦ୍ୟପେୟରେ ଅବହେଳା କାରଣରୁ ଶରୀରରେ ଓଜନ ବୃଦ୍ଧି ଘଟିଥାଏ ବୋଲି ଅଧିକାଂଶ ଲୋକଙ୍କର ଧାରଣା ଥାଏ । ଯଦି ନିୟମିତ ବ୍ୟାୟାମ କରିବା ପରେ ମଧ୍ୟ ଆପଣଙ୍କର ଓଜନ ହ୍ରାସ ଘଟୁନାହିଁ, ତେବେ ଏଥିପାଇଁ ଅନେକ କାରଣ ଦାୟୀ । ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ ସମ୍ପର୍କରେ ଯାହା ଆପଣଙ୍କର ମୋଟାପାର କାରଣ ସାଜିଥାଏ ।

– ଯଦି ଆପଣଙ୍କର ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଥାଇରଏଡ୍ ହରମୋନ୍ ଉତ୍ପାଦନ ହେଉନାହିଁ, ତେବେ ଏହା ଥକ୍କାପଣ, ଦୁର୍ବଳତା, ଥଣ୍ଡା ଓ ଓଜନ ବୃଦ୍ଧି ଭଳି ସମସ୍ୟାକୁ ଡାକି ଆଣିଥାଏ । କିଛି ମହିଳାଙ୍କର ଋତୁସ୍ରାବ ସମୟରେ ଅଧିକ ଓଜନ ବୃଦ୍ଧି ଘଟିଥାଏ ।

– ଆବଶ୍ୟକ ନିଦ୍ରା ନହେବା କାରଣରୁ ଶରୀରରେ ଓଜନ ବୃଦ୍ଧି ଘଟିଥାଏ । ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହିବା ଫଳରେ ଆପଣ ଖାଇବାକୁ ବାଧ୍ୟ ହୋଇଥାନ୍ତି । ଯାହାଫଳରେ ଆପଣଙ୍କର କ୍ୟାଲୋରୀ ବୃଦ୍ଧି ଘଟିଥାଏ । ଅପରପକ୍ଷେ ନିଦ୍ରା ସମ୍ପୂର୍ଣ୍ଣ ନ ହେବା କାରଣରୁ ହରମୋନର ସ୍ତର ମଧ୍ୟ ବିଗିଡ଼ି ଯାଏ, ଫଳସ୍ୱରୂପ ଆମକୁ ଭୋକ ଲାଗିଥାଏ ।

– ଅଧିକ ଚାପରେ ରହିଲେ ଶରୀରରେ କାର୍ଟିସୋଲ ନାମକ ଏକ ହରମୋନ୍ ଉତ୍ପନ୍ନ ହୋଇଥାଏ, ଯାହା ଭୋକ ବଢ଼ାଇଥାଏ । ଆମେମାନେ ଚାପରେ ରହିଥିବା ସମୟରେ ମୁଡ୍ ଠିକ କରିବା ପାଇଁ ପ୍ରାୟତଃ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ, ଯାହାଦ୍ୱାରା ଆମର ଅଜାଣତରେ ଓଜନ ବୃଦ୍ଧି ଘଟିଥାଏ ।

– ଧୂମ୍ରପାନ ତ୍ୟାଗ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଧୂମ୍ରପାନ ତ୍ୟାଗ କରିବା ଦ୍ୱାରା ଆମର ଓଜନ ବୃଦ୍ଧି ହୋଇଥାଏ । ଏହି ନିଶା ଛାଡ଼ିବାର କିଛି ଦିନ ପରେ ଓଜନ ଧୀରେଧୀରେ ହ୍ରାସ ପାଇବା ସହ ଅଧିକ ଭୋକ ଲାଗେନାହିଁ ।

Get real time updates directly on you device, subscribe now.