fbpx

ବିକ୍ରି ହୋଇଯିବ ଇନସ୍ୟୁରାନ୍ସ କମ୍ପାନୀ: ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ହ୍ରାସ ପାଇଲା ବ୍ରାଞ୍ଚ ସଂଖ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ ଇନସ୍ୟୁରାନ୍ସ କମ୍ପାନୀଗୁଡ଼ିକର ବିକ୍ରି ଆରମ୍ଭ ହୋଇଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପବ୍ଲିକ ସେକ୍ଟର ନନଲାଇଫ୍ ଇନସ୍ୟୁରାନ୍ସଗୁଡ଼ିକୁ ରିଷ୍ଟ୍ରକଚରିଂ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ଏହି କମ୍ପାନୀଗୁଡ଼ିକ ନିଜର ବ୍ରାଞ୍ଚ ସଂଖ୍ୟା ହ୍ରାସ କରିବାରେ ଲାଗିଲେଣି । ବର୍ତ୍ତମାନ ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ କ୍ଷତିରେ ଚାଲୁଛି । ତେବେ ସବୁଠାରୁ ଅଧିକ କ୍ଷତିରେ ଚାଲିଛି ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ।

ସୂଚନାଯୋଗ୍ୟ ଯେ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟରେ ଘରୋଇକରଣ ନେଇ ଘୋଷଣା କରିଥିଲେ । ସେଥିରେ ସାର୍ବଜନୀକ କ୍ଷେତ୍ରର ଦୁଇଟି ବ୍ୟାଙ୍କ ଓ ଗୋଟିଏ ସାଧାରଣ ବୀମା କମ୍ପାନୀ ଅନ୍ତର୍ଭୁକ୍ତ ଥିଲା । ଏନେଇ ଗତ ଅଗଷ୍ଟ ମାସରେ ବିଧେୟକ ସଂସଦରେ ଗୃହୀତ ହେବା ପରେ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଆବଶ୍ୟକ ସ୍ଥଳେ ଶାଖା ହ୍ରାସ ଘଟାଇ ଡିଜିଟାଲ ମାଧ୍ୟମରେ ନିଜର ବ୍ୟବସାୟ ଜାରି ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.