fbpx
BJD SKY
BJD SKY

ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ପରୀକ୍ଷା ଖାତା ଦେଖି ଭାବୁକ ହୋଇଗଲେ ଶିକ୍ଷୟିତ୍ରୀ: ଆନସର ଶିଟରେ ଲେଖାଥିଲା ପ୍ରିୟ ମାଡାମଙ୍କ ଉପରେ ନିବନ୍ଧ

BJD

ନୂଆଦିଲ୍ଲୀ: ଆଜିର ଇଣ୍ଟରନେଟ ଜମାନାରେ ଅନେକ ସମୟରେ କିଛି ଛାତ୍ର ଓ କର୍ମଚାରୀଙ୍କ ଅଜବ ପ୍ରକାରର ହରକତ ବିଷୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥାଏ । କେତେବେଳେ କୌଣସି କର୍ମଚାରୀ ତାଙ୍କ ଅଫିସର ବସଙ୍କ ନିକଟକୁ ଭିନ୍ନ ତରିକାରେ ଛୁଟି ଆବେଦନ ପଠାଇଥାନ୍ତି ତ ଆଉ କେତେବେଳେ କେହି ଛାତ୍ର ପରୀକ୍ଷା ଖାତାରେ ପ୍ରେମ କାହାଣୀ ବି ଲେଖିବାକୁ ପଛାନ୍ତି ନାହିଁ । ତେବେ ଏହା ମଧ୍ୟରେ ଜଣେ ଛାତ୍ର ତାଙ୍କର ଆନସର ଶିଟରେ ପ୍ରିୟ ମାଡାମଙ୍କ ବିଷୟରେ ଏକ ନିବନ୍ଧ ଲେଖି ଚର୍ଚ୍ଚାକୁ ଆସିଛନ୍ତି ।

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଜଣଙ୍କ ଲେଖିଥିବା ନିବନ୍ଧରେ ତାଙ୍କର ପ୍ରିୟ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କିଛି ୟୁଜର୍ସ କହିଥିଲେ ‘ବଚ୍ଚେ ମନ କେ ସଚ୍ଚେ ।’ ଏକ୍ସ’ରେ ଏହାକୁ ଭୂମିକା ରାଜପୂତ ନାମ ଜଣେ ୟୁଜର ଶେୟାର କରିଥିବା ବେଳେ ‘ଯେତେବେଳେ ତାଙ୍କର ମୁଡ୍ ଠିକ କରିବାକୁ ହୁଏ ସେତେବେଳେ ସେ ଏହାକୁ ପଢ଼ି ନିଅନ୍ତି’ ବୋଲି କ୍ୟାପସନରେ ଲେଖିଛନ୍ତି । ଏହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ୫୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।

ଛାତ୍ର ଜଣଙ୍କ ନିଜ ଆନସର ଶିଟରେ ପ୍ରିୟ ଶିକ୍ଷୟିତ୍ରୀଙ୍କ ଉପରେ ଏକ ନିବନ୍ଧ ଲେଖିଥିଲେ । ଏହି ପୋଷ୍ଟକୁ ପଢ଼ିବା ପରେ ୟୁଜର୍ସ ହସି ହସି ବେଦମ୍ ହୋଇଯାଇଥିବା ବେଳେ ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ ଏହା ଏକ ସହଜ ତରିକା ବୋଲି କିଛି ୟୁଜର୍ସ କହିଥିଲେ । ସେଥିରେ ଲେଖାଥିଲା, ‘ଆମକୁ ସମସ୍ତ ଶିକ୍ଷକ ପସନ୍ଦ, ମାତ୍ର ଭୂମିକା ମାଡାମ୍ ସବୁଠାରୁ ଅଧିକ ପ୍ରିୟ । ସେ ଆମକୁ ବହୁତ ଭଲ କଥା ଶିଖାନ୍ତି, ପଢ଼ାନ୍ତି ଓ ବହୁତ ଭଲ ପାଆନ୍ତି । ଆମ ମାମଙ୍କ ପରି ଶିକ୍ଷୟିତ୍ରୀ ଈଶ୍ୱର ସମସ୍ତଙ୍କୁ ଦିଅନ୍ତୁ । ଏହାଫଳରେ ପିଲାମାନେ ମନ ଲଗାଇ ପାଠ ପଢ଼ିବେ ।

Get real time updates directly on you device, subscribe now.