fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଲରାଉଣ୍ଡର ତଥା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇକୁ ମୁମ୍ବାଇ ପୋଲିସ ଗିରଫ କରିଛି । ତେବେ ୩ ବର୍ଷ ତଳର ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ ବୈଭବଙ୍କୁ ଗିରଫ କରିଛି ।

ପୋଲିସର କହିବା ଅନୁଯାୟୀ ବୈଭବ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟାଙ୍କ ସାବତ ଭାଇ ଯାହାଙ୍କୁ ୨୦୨୧ର ଏକ ଠକେଇ ମାମଲାରେ ଗିରଫ କରାଯାଇଛି । ପାଣ୍ଡ୍ୟା ବ୍ରଦର୍ସଙ୍କ ସହ ମିଶି ଅଭିଯୁକ୍ତ ବୈଭବ ପଲିମର ବିଜନେସ୍‌ର ଏକ କମ୍ପାନୀ ଆରମ୍ଭ କରିଥିଲେ । ଏହି କମ୍ପାନୀରେ ହାର୍ଦ୍ଦିକ ଓ କୃଣାଳଙ୍କ ଭାଗିଦାରୀ ୪୦-୪୦% ଥିଲା । ଅନ୍ୟପକ୍ଷରେ ବୈଭବର ୨୦% ଭାଗିଦାରୀ ଥିଲା ।

ପୋଲିସ କହିଛି ପାର୍ଟନରସିପ୍ ସର୍ତ୍ତ ଅନୁସାରେ କମ୍ପାନୀରୁ ହେଉଥିବା ଲାଭ ଏହି ଅନୁପାତରେ ୩ ଜଣଙ୍କ ମଧ୍ୟରେ ବଣ୍ଟାଯିବା ଉଚିତ । ଅଭିଯୁକ୍ତ ବୈଭବ କମ୍ପାନୀର ଲାଭ ଅର୍ଥକୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ଦେବା ପରିବର୍ତ୍ତେ ଏକ ଅଲଗା କମ୍ପାନୀ ନିର୍ମାଣ କରି ସେଥିରେ ଲାଭ ଅର୍ଥକୁ ବିନିଯୋଗ କରୁଥିଲେ । ଏହି କାରଣରୁ ପାଣ୍ଡ୍ୟା ବ୍ରସର୍ଦଙ୍କୁ ପ୍ରାୟ ୪.୩ କୋଟି ଟଙ୍କାର କ୍ଷତି ହୋଇଛି ।

Get real time updates directly on you device, subscribe now.