fbpx
BJD SKY
BJD SKY

ଇଦରେ ପାକିସ୍ତାନରେ ବଡ଼ଧରଣର ଦୁର୍ଘଟଣା: ତୀର୍ଥଯାତ୍ରୀଙ୍କ ବସ୍ ଓଲଟି ୧୭ ଜଣଙ୍କ ମୃତ୍ୟୁ

BJD

ଇସଲାମାବାଦ: ପାକିସ୍ତାନରୁ ଇଦରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବାଲୁଚିସ୍ତାନର ସୀମାବର୍ତ୍ତୀ ସହରରେ ତୀର୍ଥଯାତ୍ରୀବାହୀ ବସ୍ ଘାଟି ଖସିପଡିବାରୁ, ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩୮ ଜଣ ଆହତଙ୍କ ମୃତ୍ୟୁ ଘଟିଛି । ପୋଲିସ ଏହି ଦୁର୍ଘଟଣା ବିଷରେ ସୂଚନା ଦେଇଛି ।

ଏହି ତୀର୍ଥଯାତ୍ରୀ ବସଟି ବାଲୁଚିସ୍ତାନର ଖୁଜଦାର ଜିଲ୍ଲାରେ ମୁସଲିମ ସୁଫି ଦରଗାହ ଶାହ ନୂରାନୀ ଯାଉଥିଲେ, ସେହି ସମୟରେ ବସଟି ଘାଟିରେ ଓଲଟି ପଡିଥିଲା । ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ସେହି କରାଚିରେ ପାଖାପାଖି ୧୦୦ କିମି ଦୂରରେ ଅଟେ ।

ତେବେ ପାକିସ୍ତାନର ଗୃହ ମନ୍ତ୍ରୀ ମୋହସିନ ନକବୀ ଏହି ଘଟଣାରେ ସମ୍ବେଦନତା ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ, ଏପରି ଲାଗୁଛି ଚାଳକ ଏକ ମୋଡରେ ନିୟନ୍ତ୍ରଣ ହରାଇବାରୁ ବସ ଘାଟିରେ ଖସିପଡିଛି । ସମସ୍ତ ଯାତ୍ରୀ ସିଂହ ପ୍ରାନ୍ତର ଥଟ୍ଟା ସହରର ନିବାସୀ ବୋଲି କୁହାଯାଉଛି ।

Get real time updates directly on you device, subscribe now.