fbpx
BSKY SKY
BSKY SKY

(Video)କ୍ଲାସରୁମ୍‌ରେ ଉଦାସ ବସିଥିଲା ଛାତ୍ର, ଶିକ୍ଷକ ଆପଣାଇଲେ ଏପରି ଉପାୟ ଯେ ଭିଡିଓ ହେଉଛି ଭାଇରାଲ୍‌

BSKY

ନୂଆଦିଲ୍ଲୀ: ଛୋଟ ପିଲା ଲାଗି ସ୍କୁଲର ପ୍ରଥମ ଦିନ ଭାରି କଷ୍ଟଦାୟକ ହୋଇଥାଏ । କାହିଁକିନା ପ୍ରଥମ କରି ସେ ନିଜ ପିତାମାତାଙ୍କ ଠାରୁ ଦୂରକୁ ଯାଇଥାଏ । ବହୁ ପିଲା ସ୍କୁଲର ପ୍ରଥମ ଦିନରେ ପୁରା ଗୁମସୁମ୍ ବା ଉଦାସ ରହିଥାନ୍ତି । ବର୍ଷ ବର୍ଷ ଧରି ଏହା ଦେଖି ଆସୁଥିବା ଶିକ୍ଷକ ଏପରି ସ୍ଥିତିକୁ ଭଲ ଭାବରେ ସମ୍ଭାଳିବା ଜାଣିଥାନ୍ତି । ଏବେ ଏପରି ଜଣେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ପ୍ରତୀକ ନାମକ ଜଣେ ଶିକ୍ଷକ ସ୍କୁଲର ପ୍ରଥମ ଦିନରେ ଉଦାସ ବସିଥିବା ଏକ ଶିଶୁକୁ ଖୁସି କରିବା ପାଇଁ ପୁରା ଚେଷ୍ଟା ଜାରି ରଖିଛନ୍ତି ।

ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି କି ଶିଶୁଟି ୟୁନିଫର୍ମରେ ଡେସ୍କରେ ଚୁପଚାପ୍ ବସି ରହିଛି । ଏହି ସମୟରେ ଶିକ୍ଷକ ତାଙ୍କୁ ଚିୟର କରିବା ଲାଗି ଫିଲ୍ମ ‘ତାରେ ଜମୀନ ପର’ ର ଗୀତ ଓ ‘ବମ୍ ବମ୍ ବୋଲେ’ ଗୀତରେ ଡ୍ୟାନ୍ସ କରୁଛନ୍ତି । ଏହି ଶିକ୍ଷକ @allidoisfun ନାମକ ଇନଷ୍ଟାଗ୍ରାମ ଆଇଡିରେ ନିଜର ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ସ୍କୁଲର ପ୍ରଥମ ଦିନ ବହୁତ କଷ୍ଟଦାୟକ ହୋଇଥାଏ ଓ ଶିକ୍ଷକଙ୍କ ଏହା ଦାୟିତ୍ୱ ସେ ତାକୁ କିପରି ଖୁସି କରାଇବ ।

ଭିଡିଓରେ ଦେଖିବାକୁ ମିଳୁଛି କି ନାଚି ନାଚି ଶିକ୍ଷକ ଶିଶୁଟିକୁ କୋଳରେ ଉଠାଇ ନେଉଛନ୍ତି । ଭିଡିଓଟି ଇନଷ୍ଟାଗ୍ରାମରେ ୧୦ ମିଲିୟନ ଭ୍ୟୁ ସହିତ ଭାଇରାଲ୍ ହେଉଛି ।

Get real time updates directly on you device, subscribe now.