fbpx
BJD SKY
BJD SKY

ଆମେରିକାର ଆଲାସ୍କାରେ ୭.୪ ତିବ୍ରତାର ଶକ୍ତଶାଳି ଭୁମିକମ୍ପ, ସୁନାମି ପାଇଁ ଚେତାବନୀ ଜାରି

BJD

ନୂଆଦିଲ୍ଲୀ: ରବିବାର ଆମେରିକାର ଆଲାସ୍କା ଉପଦ୍ୱୀପ ଅଞ୍ଚଳରେ ୭.୪ ତିବ୍ରତାର ଶକ୍ତିଶାଳି ଭୁମିକମ୍ପ ଅନୁଭୁତ ହୋଇଛି। ଏନେଇ ଆମେରିକାର ଭୁତତ୍ତ୍ୱ ସର୍ଭେକ୍ଷଣ(ୟୁଏସ୍‌ଜିଏସ୍‌) ସୂଚନା ଦେଇଛି। ଭୂକମ୍ପ ପରେ ଆମେରିକାର କେତେକ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଦିଆଯାଇଛି। ଭୁକମ୍ପ ସ୍ଥଳରୁ ୯.୩ କିଲୋମିଟର ଗଭୀରରେ ଭୁକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି । ଭୁକମ୍ପର ତିବ୍ରତା ସମ୍ପୁର୍ଣ୍ଣ ଆଲାସ୍କା ଉପଦ୍ୱୀପ ଅଞ୍ଚଳରେ ଅନୁଭୁତ ହୋଇଥିବା ସୂଚନା ମିଳିଛି । ତେବେ ଏହିଭୁମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ବର୍ତ୍ତମାନ ମିଳିପାରି ନାହିଁ ।

୧୯୬୪ରେ ଆଲାସ୍କାରେ ୯.୨ ତିବ୍ରତାର ଶକ୍ତିଶାଳୀ ଭୁମିକମ୍ପ ଅନୁଭୁତ ହୋଇଥିଲା । ଯାହା ଉତ୍ତର ଆମେରିକାରେ ସବୁଠୁ ଶକ୍ତିଶାଳୀ ଭୁମିକମ୍ପ ଅଟେ । ଏହି ସମୟରେ ଭୁମିକମ୍ପ ଏବଂ ସୁନାମୀ ପ୍ରଭାବରେ ପ୍ରାୟ ୨୫୦ ଲୋକ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.