fbpx

ବିବାହ ବିଳମ୍ବରେ ହେଉଛି କି..?, ଜଳରେ ଏହି ଜିନିଷ ମିଶାଇ ସୂର୍ଯ୍ୟଙ୍କୁ କରନ୍ତୁ ଅର୍ପଣ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନାର ଖୁବ୍ ମହତ୍ତ୍ୱ ରହିଛି । ରବିବାର ଦିନଟି ସୂର୍ଯ୍ୟଦେବଙ୍କୁ ସମର୍ପିତ। ମାତ୍ର ପ୍ରତ୍ୟେକ ଦିନ ମଧ୍ୟ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। ସକାଳ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।

-ପୂଜାରେ ଫୁଲର ଖୁବ ମହତ୍ତ୍ୱ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ପାତ୍ରରେ ଫୁଲ ନିଶ୍ଚୟ ରଖନ୍ତୁ। ସୂର୍ଯ୍ୟଙ୍କୁ ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।

-ଅକ୍ଷତକୁ ଖୁବ ପବିତ୍ର କୁହାଯାଏ। ଦେବୀଦେବତାଙ୍କ ପୂଜା କିମ୍ବା ଯେକୌଣସି ଶୁଭ କାର୍ଯ୍ୟରେ ଅକ୍ଷତର ନିଶ୍ଚୟ ବ୍ୟବହାର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜଳରେ ଅକ୍ଷତ ପକାଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଜୀବନରେ ସୁଖ-ଶାନ୍ତି ସର୍ବଦା ରହିଥାଏ।

-ହଳଦୀକୁ ଖୁବ ଶୁଭ ମନେକରାଯାଏ । ବିବାହ ଭଳି ମାଙ୍ଗଳିକ କାର୍ଯ୍ୟରେ ମୁଖ୍ୟତଃ ହଳଦୀର ବ୍ୟବହାର କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜଳରେ ହଳଦୀ ମିଶାଇ ଜଳ ଅର୍ପଣ କରିବା ଦ୍ୱାରା ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ ଏବଂ ଶୀଘ୍ର ବିବାହ ହୋଇଥାଏ।

-ଜଳ ଅର୍ପଣ କରୁଥିବା ପାତ୍ରରେ ଲାଲ ସୂତା ବାନ୍ଧି ଦିଅନ୍ତୁ। ସୂତା ବାନ୍ଧିବା ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କଲେ ଜାତକରେ ସୂର୍ଯ୍ୟ ଦୋଷ ଦୂରେଇ ଯାଇଥାଏ। ଏହା କରିବା ଦ୍ୱାରା ଶରୀରର ବିଭିନ୍ନ ରୋଗ ଦୂର ହୋଇଥାଏ।

-ଭଗବାନଙ୍କ ଭୋଗରେ ମିଶ୍ରିର ପ୍ରୟୋଗ କରାଯାଏ। ଭୋଗରେ ମିଶ୍ରି ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର  ଅନୁଯାୟୀ, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ଅଳ୍ପ ମିଶ୍ରି ମିଶାଇ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କ ବିଶେଷ କୃପା ମିଳିବା ସହ ଜୀବନରେ ଖୁସି ସର୍ବଦା ରହିଥାଏ।

Get real time updates directly on you device, subscribe now.