fbpx

ରାତିରେ କରନ୍ତୁ ଏହି ୭ଟି ସୁନ୍ଦର ହେବାର ଉପାୟ..!

ଆଜି ଆମେ ଆଲୋଚନା କରିବା ୭ଟି ବିୟୁଟି ଟିପ୍ସ ଯେଉଁଟା ଆମେ ରାତିରେ ନିଶ୍ଚିତ କରିକି ଶୋଇବା କଥା । ହେଲେ ଆମେ ସୁନ୍ଦର ରହିବା ସହିତ ସୁସ୍ଥ ମଧ୍ୟ ରହିବା । ତ ଆସନ୍ତୁ ଜାଣିବା ସେଇ ୭ଟି ବିୟୁଟି ଟିପ୍ସ ।
୧. ପ୍ରଥମ ଜିନିଷ ହୋଉଛି ଝିଅ ମାନଙ୍କୁ ମେକଅପ୍ ହେବା ବହୁତ ଭଲ ଲାଗିଥାଏ । ଯଦି ଆପଣ ମେକଅପ୍ ହେଉଛନ୍ତି ତାହେଲେ ରାତି ଶୋଇବା ପୂର୍ବରୁ ସବୁବେଳେ ମେକଅପ୍ ଧୋଇଦେବେ ନହେଲେ ମେକଅପ୍ ରିମୋଭରରେ ମେକଅପ୍ ପୋଛିଦେବେ । ମେକଅପ୍ ପୋଛିଲେ ଅପଣଙ୍କର ତ୍ୱଚାର ସୁନ୍ଦରତା ବଢ଼ିଥାଏ ଏବଂ ଆପଣଙ୍କ ମୁହଁରେ ଯଦି ପିମ୍ପଲସ,୍ ଡାର୍କସରକଲସ୍ ଏଇଗୁଡ଼ା ହେଉଛି ତାହେଲେ ସେଗୁଡ଼ା ମଧ୍ୟ ବନ୍ଦ ହୋଇଯାଇଥାଏ । ସେଥିପାଇଁକି ରାତି ଶୋଇବା ପୂର୍ବରୁ ସବୁବେଳେ ଭଲସେ ମେକଅପ୍ ଛଡ଼େଇକି ଶୋଇବେ ।
୨. ଦ୍ୱିତୀୟ ଜିନିଷ ହୋଉଛି ମେକଅପ୍ ଛଡ଼େଇଲା ପରେ ଆପଣ ମୁହଁରେ ମୋଏଶ୍ଚୋରାଇଜର୍ ନହେଲେ ଆପଣ ପେଟ୍ରୋଲିୟମ ଜେଲ୍ଲି ମାରିପାରିବେ । ଏହା ମାରିଲେ ଆପଣଙ୍କର ମେକଅପ୍ ରିମୋଭରରେ ଯୋଉ ମେକଅପ୍ ଛଡ଼େଇଥିବେ ଜଦି ଅପଣଙ୍କ ମୁହଁ ଶୁଖା ଲାଗୁଥିବ ତାହେଲେ ଅପଣଙ୍କ ମୁହଁରେ ଯୋଉଁ ମୋଏଶ୍ଚୋରାଇଜିଙ୍ଗ ଇଫେକ୍ଟ ଟା ସେଇଟା ଆସିଥାଏ ଏବଂ ଆପଣ ସୁନ୍ଦର ଦେଖାଯାଇଥାନ୍ତି ତା ସହିତ ଓଠରେ ସବୁବେଳେ ପେଟ୍ରୋଲିୟମ ଜେଲ୍ଲି ମାରିକି ରଖିବେ ହେଲେ ଆପଣଙ୍କ ଓଠ ଶୁଖିନଥାଏ ଏବଂ ଆପଣ ସୁନ୍ଦର ଦେଖାଯାଇଥାନ୍ତି ।
୩. ତୃତୀୟ ଜିନିଷ ହୋଉଛି ରାତି ଶୋଇବା ପୁର୍ବରୁ ସବୁବେଳେ ଦାନ୍ତଘସିକି ଶୋଇବେ । ଦାନ୍ତଘସିକି ଶୋଇଲେ ଆପଣଙ୍କ ଦାନ୍ତରେ କୌଣସି ପ୍ରକାର ଅସୁବିଧା ହୋଇନଥାଏ ଏବଂ ଆପଣଙ୍କ ଦାନ୍ତ ସବୁବେଳେ ସୁସ୍ଥ ରହିଥାଏ ତାସହିତ ଆପଣ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମଧ୍ୟ ପାଇଥାନ୍ତି ।
୪. ଚତୁର୍ଥ ଜିନିଷ ହୋଉଛି ରାତି ଶୋଇବା ପୁର୍ବରୁ ସବୁବେଳେ ହାତ ଏବଂ ପାଦକୁ ଭୋଲସେ ଧୋଇକି ପେଟ୍ରୋଲିୟମ ଜେଲ୍ଲି ଲଗେଇକି ଶୋଇବେ । ରାତି ଶୋଇବା ପୂର୍ବରୁ ଯଦି ଆପଣ ହାତରେ ଏବଂ ପାଦରେ ପେଟ୍ରଲିୟମ ଜେଲ୍ଲି ଲଗେଇକି ଶୋଉଛନ୍ତି ତାହେଲେ ଆପଣଙ୍କ ହାତ ଶୁଖାପଡ଼ିନଥାଏ , ବହୁତ କୋମଳ ରହିଥାଏ ଏବଂ ଆପଣଙ୍କ ପାଦ ସୁସ୍ଥ ରହିଥାଏ । ତାସହିତ କୋମଳ ମଧ୍ୟ ଦେଖାଯାଇଥାଏ । ଯଦି ଆପଣଙ୍କର ଶୀତଦିନରେ ହାତ କିମ୍ବା ପାଦ ଫାଟୁଥାଏ ତାହେଲେ ସେ ମଧ୍ୟ ଭଲ ହୋଇଯାଇଥାଏ । ଯଦି ଆପଣ ପେଟ୍ରୋଲିୟମ ଜେଲ୍ଲି ଲୋଗେଇବାକୁ ପସନ୍ଦ ନକରନ୍ତି ତାହେଲେ ଆପଣ ମୋଏଶ୍ଚୋରାଇଜର ମଧ୍ୟ ଲଗେଇପାରିବେ ।
୫. ପଞ୍ଚମ ଜିନିଷ ହୋଉଛି ଆପଣ ରାତି ଶୋଇବା ପୂର୍ବରୁ ସବୁବେଳେ କେଶ ବାନ୍ଧିକି ଶୋଇବେ । କେଶକୁ ଜମା ଟାଇଟ୍ରେ ବାନ୍ଧିବେନି । ଆପଣ ବେଣୀ ପକେଇପାରିବେ ନହେଲେ ତାକୁ ଗୋଟିଏ କରିକି ବାନ୍ଧିପାରିବେ । ହେଲେ ଆପଣଙ୍କ କେଶ ଭିଡ଼ି ହୋଇକି ଉପୁଡ଼ିନଥାଏ ଏବଂ ଆପଣଙ୍କ କେଶ ସୁସ୍ଥ ରହିଥାଏ ତା ସହିତ ଆପଣ ବହୁତ ସୁନ୍ଦର ମଧ୍ୟ ଦେଖାଯାଇଥାନ୍ତି ।
୬. ଷଷ୍ଠ ଜିନିଷ ହୋଉଛି ଯଦି ଆପଣ କେବେବି ରାତିରେ କଟନ ତକିଆ ଖୋଳରେ ଶୋଉଛନ୍ତି ତାହୋଲେ ବଦଳାଇ ଦିଅନ୍ତୁ କାରଣ କଟନ ତକିଆ ଖୋଳରେ ଶୋଇଲେ ଆପଣଙ୍କ କେଶ ଟାଣି ହୋଇକି ଛିଣ୍ଡି ଯାଇଥାଏ । ସେଥିପାଇଁ ଆପଣ କଟନ ବ୍ୟବହାର କରିବା ଯାଗାରେ ସାର୍ଟେନ୍ ନହେଲେ ସିଲ୍କ କପଡ଼ା ବ୍ୟବହାର କରିକି ଆପଣଙ୍କର ତକିଆ ଖୋଳ କରନ୍ତୁ ଏବଂ ସେଥିରେ ସୁଅନ୍ତୁ । ହେଲେ ଆପଣଙ୍କର କେଶ ଉପରେ କୌଣସି ପ୍ରକାର ଖରାପ ପ୍ରଭାବ ପଡ଼ିନଥାଏ ଏବଂ ଆପଣଙ୍କ କେଶ ବହୁତ ସୁସ୍ଥ ରହିବା ସହିତ ସୁନ୍ଦର ମଧ୍ୟ ଦେଖାଯାଇଥାଏ ।
୭. ଶେଷ ଜିନିଷ ହୋଉଛି ରାତିରେ ଆପଣ ସବୁବେଳେ ଚେଷ୍ଟା କରିବେ ଆଠ ଘଣ୍ଟା ଶୋଇବାପାଇଁ । ଆଠ ଘଣ୍ଟା ଶୋଇଲେ ଆପଣଙ୍କର ପୁରା ଶରୀର ରିଲାକ୍ସ ହୋଇଥାଏ ଏବଂ ଆପଣଙ୍କର ବିଭିନ୍ନ ଅରଗାନ୍ସ ପୁରା ରିଲାକ୍ସ ହୋଇଯାଇଥାଏ ତାସହିତ ଆପଣ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମଧ୍ୟ ପାଇଥାନ୍ତି । ଯେତେବେଳେ ଆପଣ ତାପରଦିନ ଉଠିବେ ଆପଣ ପୁରା ଫ୍ରେସ ହେଇକି ଉଠିଥାନ୍ତି ଏବଂ ବିଭିନ୍ନ ଲାଗିବ କାମକରିବାକୁ ପୁରା ଫୂର୍ତ୍ତି ରହିଥାନ୍ତି ।

Get real time updates directly on you device, subscribe now.