ବଲାଙ୍ଗିରରେ ୭ ନୂଆ ପଜିଟିଭ ଚିହ୍ନଟ

0 424

ବଲାଙ୍ଗିର,୨୪/୫(ଓଡିଶା ଭାସ୍କର): ଆଜି ବଲାଙ୍ଗିରରେ ଆଉ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ପୁରୁଷ ଓ ସେମାନେ ବାହାର ରାଜ୍ୟ ଫେରନ୍ତା ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ଚିହ୍ନଟ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି।
ତେବେ ସଇଁତଳା ଓ ଆଗଲପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୁରିବାହାଲ, ଲୋଇସିଂହା ଓ ବଙ୍ଗମୁଣ୍ଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.