fbpx
BSKY
BJD MC SKY
BJD YOUTH SKY

ନଳକୂପ ପାଣିରୁ ବାହାରୁଛି ପଥର ଗୁଣ୍ଡ: ପାଣିର ରଙ୍ଗ ହଳଦିଆ ହୋଇଯାଉଛି, କିଡନୀ ରୋଗରେ ୭ ଜଣଙ୍କ ଜୀବନ ଗଲାଣି, ୨୫ରୁ ଅଧିକ ଚିକିତ୍ସିତ ହେଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଘଟୁଥିବା ବେଳେ ପରିବେଶ ମଧ୍ୟ ଅଧିକ ଦୂଷିତ ହେବାରେ ଲାଗିଛି । ଏନେଇ ଅନେକ ରିସର୍ଚ୍ଚ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । । ତେବେ ଆଜିକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ନଳକୂପ ପାଣି ଚିନ୍ତା ବଢ଼ାଉଛି । ଏହି ପାଣିକୁ ବ୍ୟବହାର କରିବା ଫଳରେ କିଡନୀ ରୋଗ ବୃଦ୍ଧି ପାଉଛି । ଏଥିରେ ସଂକ୍ରମିତ ହୋଇ ଅନେକ ଲୋକ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।

ତେବେ ଏହା ମଧ୍ୟରେ ନଳକୂପ ପାଣିକୁ ନେଇ ଆସିଛି ଏକ ବଡ଼ ଖବର । ନଳକୂପ ପାଣି ସେବନ କରି ୭ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହିତ ୨୫ରୁ ଅଧିକ ରୋଗୀ ଏବେ ବି ସଂକ୍ରମିତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଦୃଶ୍ୟ । ଏନେଇ ଲୋକଙ୍କଠାରୁ ରକ୍ତ, ମୂତ୍ର ନମୂନା ସଂଗ୍ରହ କରାଯିବା ସହିତ ପାଣିର ନମୂନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଇଛି । ତା’ର ରିପୋର୍ଟ ଆସିଲେ ରୋଗର କାରଣ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ବାଙ୍କୀର କନ୍ତପହଁରା ଗାଁରୁ ଆସିଛି ଏଭଳି ଏକ ଘଟଣା । ୨୦୧୮ ମସିହାରେ ଗାଁରେ ଏକ ପାଣିଟାଙ୍କି ନିର୍ମାଣ କରାଯାଇଥି୍ଲା । ମାତ୍ର ସେଥିରୁ ନିୟମତ ଜଳ ଯୋଗାଣ କରାଯାଉନାହିଁ । ନଳକୂପରୁ ବାହାରୁଥିବା ପାଣିରୁ ପଥରଗୁଣ୍ଡ ବାହାରିବା ସହିତ କିଛି ସମୟ ପରେ ଉକ୍ତ ପାଣି ରଙ୍ଗ ହଳଦିଆ ହୋଇଯାଉଛି । ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ଲୋକମାନେ ବାଧ୍ୟହୋଇ ଏହି ପାଣିକୁ ସେବନ କରୁଛନ୍ତି । ଏହି ପାଣି ପିଇଲେ କିଡନୀ ରୋଗ ହେଉଥିବାରୁ ଏନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ନୟାଗଡ଼ର ରଣପୁର, କେନ୍ଦୁଝର, ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଥିଲା ଅନୁରୂପ ଘଟଣା ।

Get real time updates directly on you device, subscribe now.