fbpx
BSKY
BJD MC SKY
BJD YOUTH SKY

ଡାଇବେଟିସ୍ ରୋଗୀ ଭାତ ସଂପୂର୍ଣ୍ଣ ଛାଡି ନ ଦେଇ ସୀମିତ ମାତ୍ରାରେ ଖାଇବା ଠିକ୍, ଅନ୍ୟଥା ହଜମ ପ୍ରକ୍ରିୟା ହେବ ପ୍ରଭାବିତ

ଡାଇବେଟିସ୍ ରୋଗୀଙ୍କୁ ବହୁତ ଖାଦ୍ୟପଦାର୍ଥ ଖାଇବା ମନା । ବିଶେଷକରି ଡାଇବେଟିସ୍ ରୋଗୀଙ୍କୁ ଭାତ ଖାଇବାକୁ ବାରଣ ରହିଥାଏ । କିନ୍ତୁ ଆମ ଦେଶରେ ଭାତ ଲୋକଙ୍କର ମୁଖ୍ୟ ଆହାର ହୋଇଥାଏ । ଏଠାରେ ତ ଲୋକମାନେ ଦୁଇ ଦିନ ବି ଭାତ ନ ଖାଇ ରହିପାରିବେ ନାହିଁ । ଦିନରେ ଲୋକମାନେ ଥରେ ନିଶ୍ଚିତ ଭାବରେ ଚାଉଳରେ ପ୍ରସ୍ତୁତ କିଛି ନା କିଛି ଖାଦ୍ୟ ଖାଇଥାନ୍ତି । ତେବେ ଚାଉଳ ଉପରେ ପୂର୍ଣ୍ଣ ମାତ୍ରାରେ ନିର୍ଭରତା ଆମ ସ୍ୱାସ୍ଥ୍ୟ ଲାଗି ଭଲ ନୁହେଁ । ଭାତରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ ଓ ଅନ୍ୟାନ୍ୟ ପୋଷକ ତ୍ତ୍ୱର ବି ଅଭାବ ରହିଥାଏ । ଏହା ସହିତ ଏଥିରେ ଷ୍ଟାର୍ଚ ବି ଅଧିକ ମାତ୍ରାରେ ଥାଏ ।

ଆମେ ଯଦି ଅଧବକ ମାତ୍ରାରେ ରିଫାଇନଡ୍ ଚାଉଳ ଖାଦ୍ୟରେ ବ୍ୟବହାର କରିବା ତେବେ ବ୍ଲଡ ସୁଗାରର ମାତ୍ରା ବହୁତ ବଢିଯିବ । ଏହାର ସବୁଠାରୁ ଖରାପ ପ୍ରଭାବ ହେଉଛି ଓଜନ ବୃଦ୍ଧି । ତେବେ ଜଣେ ବ୍ୟକ୍ତି ଯଦି ଏକ ମାସ ପର୍ଯ୍ୟନ୍ତ ଭାତ ଖାଇବ ନାହିଁ ତେବେ ଏହାର ପ୍ରଭାବ କ’ଣ ରହିବ ।ଏକ ମାସ ପର୍ଯ୍ୟନ୍ତ ଭାତ ନ ଖାଇଲେ କ୍ୟାଲୋରୀ ମାତ୍ରା ହ୍ରାସ ପାଇବ । ଏହା ଦ୍ୱାରା ଶରୀରର ଓଜନ ହ୍ରାସ ପାଇବ । ଏହା ସହିତ ଶରୀରରେ ବ୍ଲଡ ସୁଗାର ସ୍ତର ସ୍ଥିର ରହିବ । ଭାତ ନ ଖାଇବା ସହିତ ଏହା ବଦଳରେ ଚାଉଳରୁ ପ୍ରସ୍ତୁତ ଅନ୍ୟ କିଛି ଖାଦ୍ୟ ମଧ୍ୟ ନ ଖାଇବା ଉଚିତ ।

ତେବେ ଯଦି ଆମେ ଭାତ ଖାଇବା ତେବେ କେତେ ମାତ୍ରାରେ ଭାତ ଖାଇବା ଠିକ୍ ହେବ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆମେ ଗୋଟିଏ ଗିନା ଭାତ ଠିକ୍ ଉପାୟରେ ଖାଇବା ତେବେ ଏହା ଶରୀର ଉପରେ କୌଣସି କ୍ଷତିକାରକ ପ୍ରଭାବ ପକାଇବ ନାହିଁ । ଅନ୍ୟ ପକ୍ଷରେ ଆମେ ଭାତ ନ ଖାଇଲେ ଆମ ଶରୀରରେ ଫାଇବର ମାତ୍ରା ହ୍ରାସ ପାଇବ । ଏହାଦ୍ୱାରା ଆମର ହଜମ ପ୍ରକ୍ରିୟା ବଦଳିଯିବ । ଚାଉଳରେ କାର୍ବୋହାଇଡ୍ରେଟ ସହିତ ଭିଟାମିନ୍ ବି ଓ ମିନେରାଲ୍ ବି ରହିଛି । ଏଣୁ ଏହାର ପ୍ରଭାବ ସମସ୍ତଙ୍କ ଉପରେ ଭିନ୍ନ ଭିନ୍ନ ରହିଥାଏ । ତେଣୁ ଡାଇବେଟିସ୍ ରୋଗୀ ଭାତ ଖାଇବା ଗୋଟିଏ ମାସ ପର୍ଯ୍ୟନ୍ତ ଛାଡି ଦେଇ ପୁଣି ଏହା ଖାଇବା ଠିକ୍ ନୁହେଁ । ବରଂ ଭାତ କିମ୍ବା ଚାଉଳରୁ ପ୍ରସ୍ତୁତ ଖାଦ୍ୟକୁ ସୀମିତ ମାତ୍ରାରେ ଖାଇବା ଜରୁରୀ ।

Get real time updates directly on you device, subscribe now.