fbpx
BSKY
BJD MC SKY
BJD YOUTH SKY

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଇଜିପ୍ଟର ସର୍ବୋଚ୍ଚ ପୁରସ୍କାର ‘ଅର୍ଡର ଅଫ୍ ଦି ନାଇଲ୍‌’

ନୁଆଦିଲ୍ଲୀ: ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ୍‌-ସିସି କାଇରୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଅର୍ଡର ଅଫ୍ ଦି ନାଇଲ୍‌’ ପୁରସ୍କାର ପ୍ରଦାନ କରିଛନ୍ତି । ‘ଅର୍ଡର ଅଫ୍ ଦି ନାଇଲ୍‌’ ହେଉଛି ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନ । ଏହା ପୁର୍ବରୁ ରବିବାର ପ୍ରଧାନମନ୍ତ୍ରୀ ଇଜିପ୍ଟର ଐତିହାସିକ ୧୧ ଶତାଦ୍ଧିର ଅଲ-ହକିମ୍ ମସଜିଦକୁ ଯାଇଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ଇଜିପ୍ଟି ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଥିଲେ । ୨୬ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଇଜିପ୍ଟି ଗସ୍ତ ।

ଏଲ୍‌-ସିସି ଚଳିତ ବର୍ଷ ସେପ୍ଟେମ୍ବରର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ବୈଠକରେ ସ୍ୱତନ୍ତ୍ର ଅଥିଥି ରୁପେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବେ । ଅଲ-ହକିମ୍ ମସଜିଦ ଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହାର କାରୁକାର୍ଯ୍ୟକୁ ପ୍ରଶଂସା କରିଥିଲେ । ଯାହା ଇଜିପ୍ଟିର ରାଜଧାନୀ କାଇରୋରେ ଅବସ୍ଥିତ । ୧୩,୫୬୦ ବର୍ଗ ମିଟର ପରିସର ବିଶିଷ୍ଟ ଏହି ମସଜିଦ ଭାରତର ଡାୱୁଡି ବୋହ୍ରା ସମ୍ପ୍ରଦାୟର ସହାୟତାରେ ପୁନଃନିର୍ମାଣ କରାଯାଇଥିଲା । ୧୯୭୦ ପରଠାରୁ ଏହି ମସଜିଦକୁ ନବୀକରଣ କରିଥିଲେ ଏବଂ ସେହି ଦିନଠାରୁ ଏହାର ରକ୍ଷଣାବେକ୍ଷଣ କରିଆସୁଛନ୍ତି ।

Get real time updates directly on you device, subscribe now.