fbpx

(Video) ମିନି ବସ-ଟ୍ରକ ମଧ୍ୟରେ ଧକ୍କା: ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ, ୨୫ ଆହତ

AAKASH

ନୂଆଦିଲ୍ଲୀ: ହରିୟାଣାର ଅମ୍ବାଲାରେ ଗତକାଲି ରାତିରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୋଟିଏ ମିନି ବସ୍ ଓ ଗୋଟିଏ ଟ୍ରକ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୭ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଛି । ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଯିବା ସମୟରେ ସତେ ଯେମିତି ବାଟରେ ଜଗିଥିଲା କାଳ । ଏହି ଦୁର୍ଘଟଣରେ ପାଖାପାଖି ୨୫ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି ।

ଖବର ମୁତାବକ, ଗୋଟିଏ ମିନିବସରେ ବସି ଗୋଟିଏ ପରିବାରର ସମସ୍ତ ସଦସ୍ୟ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଯାଉଥିଲେ । ମାତ୍ର ରାସ୍ତାରେ ଘଟିଥିଲା ଏକ ବଡ଼ ଧରଣର ଅଘଟଣ, ଆଉ ସେଥିରେ ପରିବାରର ୭ ଜଣ ସଦସ୍ୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ରାସ୍ତାରେ ମିନିବସ ସହିତ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ମିନି ବସଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା । ଏହି ଘଟଣା ପରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ମିନି ବସର ଡ୍ରାଇଭର ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ଜଣେ ଯାତ୍ରୀ କହିଛନ୍ତି । ତେଣୁ ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି । ଉକ୍ତ ବସରେ ୩୦-୩୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ ।

Get real time updates directly on you device, subscribe now.