fbpx

OSSC ପକ୍ଷରୁ ଘୋଷଣା: ଜୁଲାଇ ୭ରେ ହେବ ATO ପ୍ରିଲିମିନାରୀ ପରୀକ୍ଷା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୭ ତାରିଖରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଘୋଷଣା କରାଯାଇଛି । ଖୁବଶୀଘ୍ର ପ୍ରିଲିମ୍ସ ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ଜାରି କରାଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ଓଏସଏସସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ଗତ ମାର୍ଚ୍ଚ ମାସରେ ୨୫୦ଟି ଏଟିଓ ପଦ ପୂରଣ ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀ ଧାରୀଙ୍କ ପାଇଁ ୧୨୫ଟି ପଦ ଖାଲି ରହିଥିଲା । ପ୍ରଥମ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଏନଟିସି / ଏନଏସି/ ଆଇଟିଆଇ ପାସ ଓ ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀ ସର୍ବଭାରତୀୟ ବୈଷିୟକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ / ବୋର୍ଡ/ ୟୁନିଭରସିଟିରୁ ଡିପ୍ଲୋମା / ବି.ଇ/ ବି.ଟେକ ପାସ୍ ରହିଥିଲା ।

ଏପ୍ରିଲ ୧୪ରୁ ମେ ୧୫ ମଧ୍ୟରେ ଅନଲାଇନ୍ ପଞ୍ଜିକରଣ କରାଯାଇଥିଲା । ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ମେ ୧୮ ଓ ଅନଲାଇନ୍ ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ମେ ୨୧ ରହିଥିଲା । ଏଟିଓ (ଏନଟିସି / ଏନଏସି ହୋଲଡର) ପ୍ରାର୍ଥୀଙ୍କୁ କୋପା, ଡ୍ରେସ ମେକିଂ, ଇଲେକ୍ଟ୍ରିସିଆନ, ଫିଟ୍ଟର, ଇନଷ୍ଟୁମେଣ୍ଟ ମେକାନିକ, ମେସିନିଷ୍ଟ, ପ୍ଲମ୍ବର, ଟର୍ଣ୍ଣର, ୱେଲଡର, ଟର୍ଣ୍ଣର ଆଦି ୧୬ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ସେହିପରି ଏଟିଓ (ଡିପ୍ଲୋମା / ଡିଗ୍ରୀ ହୋଲଡର) ପ୍ରାର୍ଥୀଙ୍କୁ କୋପା, ଡ୍ରଟସମ୍ୟନ ମେକାନିକାଲ, ଇଞ୍ଜିନିୟରିଂ ଡ୍ରଇଂ, ୱେୟାରମ୍ୟାନ, ଟର୍ଣ୍ଣର, ମେକାନିକ ମୋଟର ଭେହିକିଲ, ୱେଲଡର ଆଦି ୧୯ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିଲା ।

Get real time updates directly on you device, subscribe now.