୭ ଅଲିମ୍ପିକ୍ସ କ୍ରୀଡାବିତଙ୍କୁ KIIT ପକ୍ଷରୁ ଶୁଭେଚ୍ଛା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ୭ କ୍ରିଡାବିତଙ୍କୁ କିଟ୍ ଫାଉଣ୍ଡେସନ ପକ୍ଷରୁ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି । ଏହା ସହିତ ଅର୍ଥ ପ୍ରୋତ୍ସାହନା ଓ ୨୦୨୪ ଅଲମ୍ପିକ ପାଇଁ ସ୍ୱତନ୍ତ୍ର ସହାୟତା ମଧ୍ୟ ଘୋଷଣା କରାଯାଇଛି । ଓଡିଆ ଷ୍ଟାର ହକି ତାରକାଙ୍କ ସମେତ ଧାବିକା ଦୂତି ଚାନ୍ଦ, ଅଶୀ ଚାଳକ ଭବାନୀ ଦେବୀ ଓ ଜାଭଲିନ୍ ଥ୍ରୋ ଖେଳାଳି ଶିବପାଲ ସିଂହଙ୍କୁ ସମ୍ଭର୍ଦ୍ଧିତ କରାଯାଇଛି । ହକି ତାରକା ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ନମିତା ଟପ୍ପୋ ଙ୍କୁ ସନ୍ମାନିତ କରାଯାଇଥିବା ବେଳେ ଦିପଗ୍ରୀସ ଏକ୍କା ଏହି ଉତ୍ସବରେ ଅନୁପସ୍ଥିତ ରହିଥିଲେ । ସମସ୍ତ ଅଲିମ୍ପିଆନଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ଏଥିସହ ଦୁଇ ଦୁଇ ଥର ଅଲମ୍ପିକରେ ନିଜସ୍ୱ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ଧାବିତା ଦୁତୀ ଚାନ୍ଦ, ଅସି ଚାଳକ ଭବାନୀ ଦେବୀ ଓ ଜାଭଲିନ୍ ଥ୍ରୋ ଖେଳାଳି ଶିବପାଲ ସିଂହଙ୍କୁ ଆସନ୍ତା ୨୦୨୪ ଅଲମ୍ପିକ ଯାଏଁ କିଟ୍ ପକ୍ଷରୁ ଆର୍ଥିକ ସହାୟତା ସହ ପ୍ରାକ୍ଟିସ କ୍ଷେତ୍ରରେ ସମସ୍ତ ସହଜୋଗ କରାଜିବ ବୋଲି କହିଛନ୍ତି କିଟ୍ ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ହକି ପ୍ରମୋସନାଲ କାଉନସିଲର ଅଧକ୍ଷ ପଦ୍ମଶ୍ରୀ ଦିଲ୍ଲୀ ତିର୍କୀ, ସନ୍ମାନିତ ଅତିଥି ଭାରତୀୟ ରଗବୀ ବୋର୍ଡ ସଦସ୍ୟ ତଥା ବଲିଉଡ ନିର୍ଦ୍ଦେଶକ ଓ କଳାକାର ରାହୁଲ ବୋଷ ଏବଂ କିଟ୍ ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତ ଉପସ୍ଥିତ ରହିଥିଲେ ।