କୋଲକାତା: କରୋନା ମହାମାରୀ ପୁଣି ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ ବେଙ୍ଗଲ ପଶ୍ଚିମବଙ୍ଗ ରଣଜୀ ଟ୍ରଫି କ୍ରିକେଟ ଟିମର ୭ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ୬ ଖେଳାଳି ଓ ଜଣେ ସହକାରୀ କୋଚ୍ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ବେଙ୍ଗଲ ଖେଳାଳିଙ୍କ ଆରଟି ପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ ୭ଜଣ ପଜିଟିଭ ଆସିଛନ୍ତି ।
କୋଭିଡ ପଜିଟିଭ୍ ଚିହ୍ନଟ ନେଇ ରଣଜୀ ଟ୍ରଫି ଆୟୋଜନ ନେଇ ବିସିସିଆଇ ଦ୍ୱନ୍ଦ୍ୱରେ ପଡିଛି । ଏ ନେଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଛି । ଖେଳାଳିଙ୍କ ତାଲିମ ଶିବିର ବାତିଲ କରିଛି ବେଙ୍ଗଲ କ୍ରିକେଟ ସଂଘ । ୮ରେ ବେଙ୍ଗଳୁରୁରେ ହେବାକୁ ଥିବା ଏଲିଟ୍ ଗ୍ରୁପ୍ ମ୍ୟାଚ୍ ବାତିଲ ହେବାର ଆଶଙ୍କା ରହିଛି । ଅନ୍ୟପଟେ ଏହି ଖେଳାଳିମାନଙ୍କୁ ଏକାନ୍ତବାସରେ ରଖାଯାଇଛି ବୋଲି ସିଏବି ସେକ୍ରେଟାରୀ ସ୍ନେହାଶୀଷ ଗାଙ୍ଗୁଲି କହିଛନ୍ତି ।