fbpx

ବିଏସପିର ୭ ବିଦ୍ରୋହୀ ବିଧାୟକ ସସପେଣ୍ଡ

ଲଖନଉ,୨୯ ।୧୦: ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ସମୟରେ ବହୁଜନ ସମାଜ ପାର୍ଟି ବିଦ୍ରୋହ କରିବା ପରେ ରାଜନୀତି ଆହୁରୀ ଗରମ ହୋଇଥିଲା । ନିର୍ବାଚନରେ ବିଦ୍ରୋହ କରିଥିବା ୭ ବିଦ୍ରୋହୀ ବିଧାୟକଙ୍କୁ ଆଜି ନିଲମ୍ବିତ କରିଛି ବିଏସପି । ଦଳର ନିଷ୍ପତ୍ତିକୁ ବିରୋଧ କରିବାରୁ ବିଏସପି ସଭାପତି ମାୟାବତୀ ସେମାନଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ବିରୋଧ କରିଥିବା ଅଭିଯୋଗ ହୋଇଛି । ଗତକାଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ । ସମାଜବାଦୀ ପାର୍ଟିରେ ବିଦ୍ରୋହୀମାନେ ମିଶିବା ଆଶଙ୍କା ଏପରି ନିଷ୍ପତ୍ତି ନେଇଥିବା ଆଶଙ୍କା କରାଯାଉଛି । ତେବେ ନଭେମ୍ବର ୯ରେ ୟୁପିର ୧୦ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ।

Get real time updates directly on you device, subscribe now.