fbpx

ଖାଦ୍ୟ ସୁରକ୍ଷା ପାଇଁ ୭,୧୮,୦୬୫ ଆବେଦନ

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଆଜି ଗୃହରେ ଉଠିଛି ଖାଦ୍ୟ ସୁରକ୍ଷା ଆଇନ ପ୍ରସଙ୍ଗ, ଯାହାର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୯୨,୯୮,୫୮୨ ପରିବାରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩୭୦ ହିତାଧିକାରୀ ଅନ୍ତର୍ଭୂକ୍ତ ଅଛନ୍ତି । ୮୩,୦୩୫ ପରିବାରକୁ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ ଦିଆଯାଉଛି । ୩ ଲକ୍ଷ ୧୨ ହଜାର ୩୦୧ ହିତାଧିକାରୀଙ୍କୁ ଚାଉଳ ମିଳୁଛି । ଏଥିରେ ସାମିଲ ହେବା ପାଇଁ ୯ ଲକ୍ଷ ୧୮ ହଜାର ୬୦୫ ଜଣ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୨ ହଜାର ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିବା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.