fbpx
BJD SKY
BJD SKY

ହଙ୍ଗାମା ମଧ୍ୟରେ ମୌସୁମୀ ଅଧିବେଶନ: ଲୋକସଭାରେ ୨୧ ଘଣ୍ଟା ହୋଇଛି କାମ, ୭୪ ଘଣ୍ଟା ବର୍ବାଦ୍

BJD

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ହିଁ ବୁଧବାର ଦିନ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରାଯାଇଥିଲା । ପେଗାସସ୍ ଏବଂ କୃଷି ଆଇନ ବ୍ୟତୀତ ଅନେକ ବିଷୟକୁ ନେଇ ବିପକ୍ଷ ମାନେ ଅଧିବେଶନରେ ଜୋରଦାର ହଙ୍ଗାମା କରିଥିଲେ । ଯାହାଫଳରେ ଲୋକ ସଭାରେ ମାତ୍ର ୨୨ ପ୍ରତିଶତ ଏବଂ ରାଜ୍ୟ ସଭାରେ ୨୮ ପ୍ରତିଶତ କାମ ହୋଇପାରିଥିଲା ।

ସମଗ୍ର ଅଧିବେଶନରେ ସଂସଦରେ ଅସ୍ଥିରତା ଦେଖାଦେଇଥିଲା, ଯଦିଓ ଉଭୟ ଗୃହରେ ଥିବା ସମସ୍ତ ବିରୋଧୀ ଦଳ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଅନ୍ୟ ପଛୁଆ ଶ୍ରେଣୀର ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ ଅଧିକାର ପ୍ରଦାନ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ୧୭ ତମ ଲୋକସଭାର ଷଷ୍ଠ ବୈଠକ ୧୯ ଜୁଲାଇ ୨୦୨୧ ରେ ଆରମ୍ଭ ହୋଇଥିଲା ଏବଂ ଏହାରି ମଧ୍ୟରେ ୧୭ ବୈଠକରେ ୨୧ ଘଣ୍ଟା ୧୪ ମିନିଟ କାର୍ୟ୍ୟ କରାଯାଇଥିଲା । ବିରୋଧୀଙ୍କ ହଙ୍ଗାମା କାରଣରୁ ୯୬ ଘଣ୍ଟାରୁ ୭୪ ଘଣ୍ଟା କାମ ହୋଇପାରି ନାହିଁ।

Get real time updates directly on you device, subscribe now.