fbpx

କଂଗ୍ରେସର ଅଫିସିଆଲ ଆକାଉଣ୍ଟ ଲକ୍ କଲା ଟ୍ୱିଟ୍ଟର

ନୂଆଦିଲ୍ଲୀ: କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ଲକ୍ କରି ଦେଇଛି ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟ୍ଟର । ଗୁରବାର କଂଗ୍ରେସ ପକ୍ଷରୁ ଏ ନେଇ ଏକ ସ୍କ୍ରିନ ଶଟ୍ ଶେୟାର କରାଯାଇଛି । କଂଗ୍ରେସର ଅଫିସିଆଲ ଫେସବୁକ ଆକାଉଣ୍ଟରେ ଏହି ସ୍କ୍ରିନଶଟ ଶେୟାର କରାଯାଇଛି ।

କଂଗ୍ରେସର ଆକାଉଣ୍ଟକୁ ଲକ୍ କରାଯାଇଥିବା ବେଳେ ଏହି ଆକାଉଣ୍ଟରେ କୌଣସି ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟ କରାଯାଇଥିବା ନେଇ ଟ୍ୱିଟ୍ଟର ପକ୍ଷରୁ କୁହାଯାଇଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି କଂଗ୍ରେସ । ଆମ ନେତାଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବା ବେଳେ ଆମେ ଭୟଭୀତ ହୋଇନଥିଲୁ ତେଣୁ ଟ୍ୱିଟ୍ଟର ଆକାଉଣ୍ଟକୁ ନେଇ ଭୟଭୀତ ହେବାର ପ୍ରଶ୍ନ ଉଠୁନାହିଁ । ଆମେ କଂଗ୍ରେସ, ଆମେ ଲଢେଇ କରିବୁ ଏବଂ ଲଢେଇ ଜାରି ରଖିବୁ ବୋଲି ଦଳ ପକ୍ଷରୁ କୁହାଯାଉଛି । ୯ ବର୍ଷୀୟ ଦଳିତ ବାଳିକାର ମୃତ୍ୟୁକୁ ନେଇ କରାଯାଇଥିବା ପୋଷ୍ଟ କାରଣରୁ ଆକାଉଣ୍ଟ ଲକ କରାଯାଇଥିବା ଅନୁମାନ କରାଯାଇଛି ।

Get real time updates directly on you device, subscribe now.