fbpx

ଭାରତରେ ୭୫ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୫ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୩ହଜାର ଟପିଛି । ୩୦୭୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୩ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୨୭୮୪ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ୨୪ଜଣଙ୍କର ମୃତ୍ୟୁ ହୋଇସାରିଛି ।
ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୬୪ହଜାର ୬୯୧ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୧ହଜାର ୪୭୩ ଅଛନ୍ତି । ସୁସ୍ଥ ହୋଇ ୨ଲକ୍ଷ ୪୬ହଜାର ୪୬୭ଜଣ ଘରକୁ ଫେରିଛନ୍ତି ।ଇଟାଲୀରେ ସର୍ବାଧିକ ୧୫ ହଜାର ୩୬୨ ଜଣଙ୍କ ମୃତ୍ୟୁ, ସ୍ପେନ୍‌ରେ ୧୧ ହଜାର ୯୪୭, USAରେ ୮,୪୫୨, ଫ୍ରାନ୍ସ ୭,୫୬୦, ଇରାନ୍‌ ୩,୪୫୨, ଚୀନ୍‌ରେ ୩,୩୨୯ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.