fbpx

ବିଶ୍ୱରେ ପ୍ରଥମ କରୋନା ଭାଇରସ୍ ସଂକ୍ରମିତ ରୋଗୀ ଏବେ ସୁସ୍ଥ

ଏକଥା ସମସ୍ତେ ଜାଣନ୍ତି ଯେ ମାହାମାରୀ କରୋନା ପ୍ରଥମେ ଚୀନର ଉହାନ ସହରରୁ ହିଁ ଉତ୍ପନ୍ନ ହୋଇଥିଲା ।ଏବଂ ଗବେଷକଙ୍କ ଅନୁଯାୟୀ ଏହା ଉହାନର ମାଛମାର୍କେଟରୁ ହିଁ ସଂକ୍ରମିତ ହୋଇଥିଲା । ଉହାନର ମାଛ ମାର୍କେଟରେ ରେ ବ୍ୟବସାୟ କରୁଥିବା କିଛି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦେଇଥିଲା । ପ୍ରଥମେ ଉହାନ ଓ ପରେପରେ ସାରାବିଶ୍ୱକୁ ବ୍ୟାପିଥିଲା ଏହି ମହାମାରୀ ।ଏବେ ସୁଦ୍ଧା ଏଥିରେ ପ୍ରାୟ ୨୮ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଭୂତାଣୁ ଦ୍ୱାରା ପ୍ରଥମେ ସଂକ୍ରମିତ ହୋଇଥିବା ବ୍ୟକ୍ତି ବା ଯାହାଙ୍କ ଠାରେ ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିଲା ସେ ଏବେ ସଂପୂର୍ଣ୍ଣ ସୁସ୍ଥ ।ନୂଆ ରୋଗର ପ୍ରଥମ ଲକ୍ଷଣ ତାଙ୍କଠାରେ ଦେଖାଦେଇଥିବାରୁ ତାଙ୍କୁ ପେସେଣ୍ଟ ଜିରୋ ମଧ୍ୟ କୁହାଯାଉଛି ।୫୭ ବର୍ଷୀୟ ଏହି ମହିଳା ଉହାନ ମାଛମାର୍କେଟ୍ରେ ହିଁ ବ୍ୟବସାୟ କରୁଥିଲେ ।ସେଠାରେ ସେ ସର୍ବସାଧାରଣ ଶୈାଚାଳୟ ବ୍ୟବହାର ମଧ୍ୟ କରିଥିଲେ । ଏହି ନୂଆ ରୋଗ ତାଙ୍କୁ ମିଶାଇ ୨୭ ଜଣଙ୍କ ଠାରେ ପ୍ରଥମେ ଦେଖାଦେଇଥିଲା । ସେବେଠାରୁ ଆଜିପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଏକମାସରୁ ଉଦ୍ଧ୍ୱର୍ସମୟ ଚିକିତ୍ସିତ ହେଲା ପରେ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କ କହିବା ଅନୁସାରେ ପ୍ରତିବର୍ଷ ଶୀତ ଦିନେ ତାଙ୍କୁ ଥଣ୍ଡା ଜର ହୋଇଥାଏ । ତେଣୁ ଗତ ଡିସମ୍ବର ୧୦ରେ ଜର ହେବା ପରେ ସେ ତାକୁ ହାଲକା ଭାବେ ନେଇଥିଲେ । କିନ୍ତୁ ଏହା ନଛାଡିବାରୁ ପ୍ରାୟ ୨୧ ଦିନ ପରେ ତାଙ୍କ ଦେହରେ କରୋନା ଭୂତାଣୁ ଠାବ କରାଯାଇଥିଲା ।

Get real time updates directly on you device, subscribe now.