fbpx

ସମୁଦ୍ର କୂଳେ ଲାଗିଲା ୭୫ ଫୁଟ ଲମ୍ବାର ଜୀବ, ଲୋକେ ଆଶ୍ଚର୍ଯ୍ୟ

ଦୁନିଆର ବିଭିନ୍ନ ସମୁଦ୍ରୀ ଜୀବଙ୍କ ବିଷୟରେ ଅନେକ କୌତୁହଳ କଥା ସାମ୍ନାକୁ ଆସିଛି, ଯାହାକୁ ଆମେ କେବେ ବି କଳ୍ପନା କରିନଥାଉ । ସୋସିଆଲ ମିଡିଆରେ ଅନେକ ବିଶାଳ ସମୁଦ୍ର ପ୍ରାଣୀଙ୍କ ଫଟୋ ହୁଏ, ଯାହାକୁ ଆମେ ପୂର୍ବରୁ କେବେ ଦେଖିନଥାଉ । ସେହିପରି ଇଣ୍ଟରନେଟରେ ଏବେ ଏକ ଜୀବର ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

 

ଇଣ୍ଡୋନେସିଆର ମଧ୍ୟଭାଗରେ ଏକ ନୀଳ ହ୍ୱେଲ ଭାସି ଭାସି ଆସି କୂଳରେ ଲାଗିଛି । ଏହି ବିଶାଳ ସମୁଦ୍ର ପ୍ରାଣୀର ଲମ୍ବ ୭୫ ଫୁଟ ବା ୨୩ ମିଟର ରହିଛି । ଏହି ନୀଳ ହ୍ୱେଲର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରୀକ୍ଷା ପରେ ଜଣାପଡିଲା ଯେ, ସେ ବହୁ ପୂର୍ବରୁ ମରିସାରିଛି । କେଉଁ କାରଣରୁ ସମୁଦ୍ରରୁ ଏହି ବିଶାଳ ପ୍ରାଣୀ ମରିଗଲା, ତାହା ଜଣାପଡି ନାହିଁ ।

Get real time updates directly on you device, subscribe now.