fbpx

୫୭ ବର୍ଷ ହେଲା ପ୍ରତିଦିନ ଅଧା କିଲୋ ବାଲି ଖାଉଛନ୍ତି ଏହି ୭୫ ବର୍ଷୀୟ ମହିଳା, ଅଛନ୍ତି ଏକଦମ୍ ଫିଟ୍

ନୂଆଦିଲ୍ଲୀ: କୁସୁମାବତୀ ଦେବୀ, ଯିଏକି ବୟସର ଶେଷ ଅଧ୍ୟାୟରେ ଆସି ପହଞ୍ଚିଲେଣି । କିନ୍ତୁ ତାଙ୍କର ଏକ କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଆଉ ତାକୁ ନେଇ ସେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛନ୍ତି । ୭୫ ବର୍ଷୀୟ କୁସୁମାବତୀ ଦେବୀ ପ୍ରତିଦିନ ଅଧା କିଲୋ ବାଲି ଖାଇଥାନ୍ତି । ତାଙ୍କ କହିବା କଥା ହେଲା ଜଣେ ୧୮ ର୍ବେ ବୟସରେ ଜଣେ ବୈଦ୍ୟଙ୍କ କହିବାନୁସାରେ ସେ ଗୋବର ଜଳିଯିବା ପରେ ସେଥିରୁ ନିର୍ଗତ ହେଉଥିବା ପାଉଁଶକୁ ସେ ଖାଇବା ଆରମ୍ଭ କରିଥିଲେ । କିନ୍ତୁ ପରେ ସେ ବାଲି ଖାଇବାକୁ ଲାଗିଲେ ।

ପ୍ରଥମ ଦିନରୁ ହିଁ କୁସୁମାବତୀ ଦେବୀଙ୍କ ବାଲି ଖାଇବା ଏକ ଦୈନିକ କାର୍ଯ୍ୟକଳାପରେ ପରିଣତ ହୋଇଯାଇଥିଲା । ସକାଳ ସମୟରେ ଚା’ ଜଳଖିଆ ଖାଆନ୍ତୁ କି ନ ଖାଆନ୍ତୁ, କିନ୍ତୁ ବାଲି ସେ ନିଶ୍ଚିତ ରୂପେ ଖାଇଥାନ୍ତି । ସେ ଗଙ୍ଗା ବାଲି ଖାଇଥାନ୍ତି । ଏହି ବାଲିର ବ୍ୟବସ୍ଥା କୁସୁମାବତୀଙ୍କର ନାତି ନାତୁଣି ମାନେ କରିଥାନ୍ତି । ଏହି ବାଲିକୁ ଆଣିବା ପରେ ସେ ଏହାକୁ ସମ୍ପୂର୍ଣ୍ଣ ରୂପେ ଗୂଣ୍ଡ କରି ଖାଇବା ଯୋଗ୍ୟ କରନ୍ତି ।

 

କୁସୁମାବତୀ ନିଜର ଅଦ୍ଭୁତ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି ସତ ଏହା ଛଡ଼ା ସେ ନିଜ ଅଞ୍ଚଳରେ କର୍ମଠତା ଓ ନିରୋଗତା ପାଇଁ ମଧ୍ୟ ଖୁବ୍ ଲୋକ ପ୍ରିୟ ହୋଇଛନ୍ତି । ତେବେ ସେ ନିଜର ଏକ ପୋଲ୍ଟ୍ରି ଫାର୍ମ ଚଳାଉଛନ୍ତି ଓ ଚାଷ ମଧ୍ୟ କରନ୍ତି । ତାଙ୍କର ଦୁଇଜଣ ପୁଅ ରହିଛନ୍ତି ଓ ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି । ଏକ ବଡ଼ ପରିବାର ଥାଇ ମଧ୍ୟ ସେ ନିଜ କାମ ନିଜେ କରିବାକୁ ଭଲ ପାଆନ୍ତି । ସେ ଏକ ଅଲଗା ଘରେ ରୁହନ୍ତି ଓ ବାଲି ସେବନ କରନ୍ତି ।

ଗତ ୪୦ରୁ ୫୦ ବର୍ଷ ହେଲା କୁସୁମାବତୀ ଦେବୀ ଲଗାତର ଭାବରେ ଦିନକୁ ତିନିଥର ବାଲି ସେବନ କରନ୍ତି । ତେବେ କୁସୁମାବତୀ କହିଛନ୍ତି ଯେ, ଯଦି ସେ ବାଲି ଖାଇବା ବନ୍ଦ କରି ଦେବେ ତାହେଲେ ତାଙ୍କୁ ସ୍ୱାସ୍ଥ୍ୟ ଖରାପ ହୋଇଯିବ । ଖାଲି ସେତିକି ନୁହେଁ ଦିନକୁ ଦିନ ବାଲି ଖାଇବା ମାତ୍ରା ଆହୁରି ବଢ଼ିଚାଲିଛି ।

 

Get real time updates directly on you device, subscribe now.