fbpx

ବାହାଘରର ୨ ବର୍ଷ ପରେ ଲୋକଙ୍କ ସାମ୍ନାକୁ ଆସିଲେ ରାଖୀ ସାୱନ୍ତଙ୍କ ସ୍ୱାମୀ, BB15 ରୁ ପ୍ରଥମ ଫଟୋ ଭାଇରାଲ

ନୂଆଦିଲ୍ଲୀ: ବଲିଉଡର ଡ୍ରାମା କ୍ୟୁଇନ୍ ରାଖୀ ସାୱନ୍ତ ଅନେକ ସମୟରେ ନିଜର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେହିପରି ୨୦୧୯ ମସିହାରେ ରାଖୀ ନିଜ ଫ୍ୟାନ୍ସମାନଙ୍କୁ ଝଟକା ଦେଇ ନିଜ ବାହାଘରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋରେ ଖାସ୍ କଥା ହେଉଛି କି, ସେଥିରେ ତାଙ୍କ ସ୍ୱାମୀଙ୍କ ଫଟୋ ଦେଖିବାକୁ ମିଳିନଥିଲା । ବାହାଘରର ରୀତିନୀତି ପାଳନ କରୁଥିବା ବେଳେ ରାଖୀଙ୍କ ସ୍ୱାମୀ ରିତେଶଙ୍କର କେବଳ ହାତ ଫଟୋରେ ଦେଖିବାକୁ ମିଳିଥିଲା । ରିତେଶଙ୍କ ଚେହେରା ନଦେଖାଇବାକୁ ରାଖୀଙ୍କ ବାହାଘରକୁ ଫ୍ୟାନ୍ସମାନେ ଫେକ୍ କହିଥିଲେ । ରାଖୀଙ୍କ ବାହାଘରକୁ ନେଇ ଲୋକମାନେ ପ୍ରଶ୍ନ ଉଠାଇବା ସହିତ ଏହାକୁ ଡ୍ରାମା ବୋଲି କହିଥିଲେ ।

 

View this post on Instagram

 

A post shared by Bigg Boss Khabri ? (@mr_khabri)

 

ଆଜିକୁ ପ୍ରାୟ ୨ ବର୍ଷ ହେବ ରାଖୀଙ୍କ ବାହାଘରକୁ ଲୋକମାନେ ଡ୍ରାମା ଭାବୁଛନ୍ତି । କିନ୍ତୁ ଲୋକଙ୍କ ଅପେକ୍ଷାର ଅନ୍ତ କରିବାକୁ ଯାଇ ରିତେଶ ଦୁନିଆ ସାମ୍ନାକୁ ଆସିବାକୁ ଯାଉଛନ୍ତି । ରିତେଶ ବିଗବସ୍ ହାଉସରେ ରାଖୀ ସାୱନ୍ତଙ୍କ ସହିତ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଯେବେଠାରୁ ରାଖୀ ଓ ରିତେଶ ବିବି୧୫ରେ ଆସିବାର ଖବର ମିଳିଛି, ସେବେଠାରୁ ଫ୍ୟାନ୍ସମାନଙ୍କ ମଧ୍ୟ ଉତ୍ସାହ ବଢ଼ିବାରେ ଲାଗିଛି । ରିତେଶର ଚେହେରା ଦେଖିବାକୁ ଲୋକମାନେ ଚାହିଁବସିଛନ୍ତି । ଅନ୍ୟପଟେ ବିବି୧୫ରେ ରିତେଶଙ୍କ ଏଣ୍ଟ୍ରି ହୋଇସାରିଛି । ଏହାରି ମଧ୍ୟରେ ଲାଇଭ୍ ଫିଡରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ଏହି ବ୍ୟକ୍ତି ରିତେଶ ହୋଇଥିବା ଫ୍ୟାନ୍ସମାନେ କହିଛନ୍ତି । ରିତେଶଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by ColorsTV (@colorstv)

 

View this post on Instagram

 

A post shared by Get India News ??? (@getindia_news)

 

Get real time updates directly on you device, subscribe now.