fbpx

କଟକ ସହରରୁ ଆଜି ୭୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ୮ା୮(ଓଡ଼ିଶା ଭାସ୍କର): କଟକ ଜିଲ୍ଲାରୁ ଆଜି ୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ଜଣ କଟକ ସହରର ହୋଇଥିବା ଜଣାପଡ଼ିଛି । ୭୬ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬୦ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧୫୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୩ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୭୭୩ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.