fbpx

ରାଜ୍ୟରେ ଆଉ ଜଣେ ସାଂସଦଙ୍କୁ କରୋନା, ଜାଣନ୍ତୁ କିଏ?

ବରଗଡ,୮ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ସାଂସଦ ଏବେ କରୋନା କବଜାକୁ ଚାଲିଆସିଛନ୍ତି । ବରଗଡ ସାଂସଦ ସୁରେଶ ପୂଜାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ସୁରେଶ ପୂଜାରୀ । ବର୍ତ୍ତମାନ ସେ ହୋମ ଆଇସୋଲେସନରେ ରହିଛନ୍ତି ଓ ସୁସ୍ଥ ହୋଇଛନ୍ତି ।


ତେବେ କରୋନା ଲକ୍ଷଣ ନଥିଲେ ମଧ୍ୟ ସାଂସଦ ଟେଷ୍ଟ କରାଇଥିଲେ । ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଥିବା ଜିଲ୍ଲାପାଳ ମଧ୍ୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.