fbpx

ଗୋଟିଏ ଦିନରେ ୭୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ଦେଶରେ ୫୭,୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୯୫,୯୮୮ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୩୬,୫୧୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୯୪, ୩୭୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୫,୬୫,୧୦୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୧୪ହଜାର ୯୯୪, ଦିଲ୍ଲୀରେ ୩୯୬୩, ତାମିଲନାଡ଼ୁରେ ୩୯୩୫, ଗୁଜୁରାଟରେ ୨୪୪୧, କର୍ଣ୍ଣାଟକରେ ୨୩୧୪, ଉତ୍ତରପ୍ରଦେଶରେ ୧୬୩୦, ପଶ୍ଚିମବଙ୍ଗରେ ୧୫୮୧, ଆନ୍ଧ୍ରପ୍ରଦେଶରେ ୧୩୪୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.