fbpx
BJD SKY
BJD SKY

ଭୁବନେଶ୍ୱରରେ ଏମ୍ସରେ ୭୭୫ ପଦ ଖାଲି: ଗ୍ରୁପ-ବି ଓ ଗ୍ରୁପ-ସି’ର ୭୨ ପ୍ରକାର ପୋଷ୍ଟରେ ଦିଆଯିବ ନିଯୁକ୍ତି

BJD

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ୭୭୫ଟି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗ୍ରୁପ-ବି ଓ ଗ୍ରୁପ- ସି’ରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଆସିଷ୍ଟାଣ୍ଟ ଆଡିମିନିଷ୍ଟ୍ରେଟିଭ ଅଫିସର, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଚିଫ କ୍ୟାଶିୟର, ଡାଏଟିସିଆନ, ଗ୍ୟାସ ଅଫିସର, ହେଲଥ ଏଜୁକେଟର, ୱାର୍ଡେନ, ମେଡିକାଲ ରେକର୍ଡ ଅଫିସର, ପର୍ସନାଲ ଆସିଷ୍ଟାଣ୍ଟ, ପ୍ରାଇଭେଟ ସେକ୍ରେଟାରୀ, ସିନିୟର ହିନ୍ଦି ଅଫିସର, ସିନିୟର ନର୍ସିଂ ଅଫିସର, ଷ୍ଟୋର କିପରି, ଟେକ୍ନିକାଲ ଅଫିସର, ଭୋକେସନାଲ କାଉନସେଲର ଆଦି ୩୨ ପ୍ରକାରର ଗ୍ରୁପ-ବି ପଦ ଖାଲି ରହିଛି ।

ସେହିପରି ଆର୍ଟିଷ୍ଟ (ମୋଡେଲାର), ଆସିଷ୍ଟାଣ୍ଟ ଲଣ୍ଡ୍ରି ସୁପରଭାଇଜର, କୋଡିଂ କ୍ଲର୍କ, ଡାର୍କ ରୁମ ଆସିଷ୍ଟାଣ୍ଟ ଗ୍ରେଡ-୨, ଡାଟା ଏଣ୍ଟ୍ରି ଅପରେଟର ଗ୍ରେଡ-ଏ, ଡିସପେନ୍ସିଂ ଆଟେଣ୍ଡାଣ୍ଟ, ଡ୍ରାଇଭର, ଇଲେକ୍ଟ୍ରିସିଆନ, ଗ୍ୟାସ ମେକାନିକ, ଜୁନିୟର ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ, ହସ୍ପିଟାଲ ଆଟେଣ୍ଡାଣ୍ଟ ଗ୍ରେଡ-୩, ଲ୍ୟାବ ଆଟେଣ୍ଡାଣ୍ଟ, ଲ୍ୟାବ ଟେକ୍ନିସିଆନ, ମନିଫୋଲଡ ରୁମ ଆଟେଣ୍ଡାଣ୍ଟ, ମେକାନିକ ଆଦି ୪୦ ପ୍ରକାରର ଗ୍ରୁପ-ସି ପଦ ଖାଲି ରହିଛି ।

ବିଜ୍ଞାପନ ପ୍ରକାଶ ପାଇବାର ୩୦ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ବିଭିନ୍ନ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ଅଣସଂରକ୍ଷିତ / ଓବିସି ପ୍ରାର୍ଥୀଙ୍କ ପାଇଁ ୩ ହଜାର, ଏସସି / ଏସଟି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୨୪୦୦ ଟଙ୍କା ଆବେଦନ ଫିସ୍ ରଖାଯାଇଛି । ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି । ଏସସି / ଏସଟିଙ୍କ ପାଇଁ ୫ ବର୍ଷ, ଓବିସିଙ୍କ ପାଇଁ ୩ ବର୍ଷ ବୟସ କୋହଳ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available Soon

ନୋଟିଫିକେସନ ଲିଙ୍କ: https://aiimsbhubaneswar.nic.in/admin/Document/Notices/15837838a626-c129-493b-9d34-d8f6baad96ff.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://aiimsbhubaneswar.nic.in/

Get real time updates directly on you device, subscribe now.