fbpx

ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ୧୫ଜିଲ୍ଲାରୁ ଏହି ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୭୧ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲର ୮ଜଣ । ୭୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୧୬, ବଲାଙ୍ଗୀରରୁ ୧୪, କେନ୍ଦୁଝରରୁ ୮, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, ଗଞ୍ଜାମରୁ ୫, ବାଲେଶ୍ୱର, ଖୋର୍ଦ୍ଧା, ପୁରୀରୁ ୪ଜଣ, ନୟାଗଡ଼ ଓ ଢ଼େଙ୍କାନାଳରୁ ୩ଜଣ, ଯାଜପୁରରୁ ୨, ଅନୁଗୁଳ, ଝାରସୁଗୁଡ଼ା ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୫୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ୬୪୯ ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୮୬୧ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.