fbpx

ଦେଶରେ କରୋନା ମୃତ୍ୟୁସଂଖ୍ୟା ୪,୧୬୭କୁ ବୃଦ୍ଧି

ନୂଆଦିଲ୍ଲୀ, ୨୬/୫: ଦେଶରେ କରୋନା ମୃତ୍ୟୁସଂଖ୍ୟା ଏବେ ସୁଦ୍ଧା ୪,୧୬୭ ରେ ପହଞ୍ଚିଛି ।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୩୮୦ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୮୦,୭୨୨ ଜଣ । ଏହାସହ ସୁସ୍ଥ ସଂଖ୍ୟା  ୬୦,୪୯୧କୁ ବୃଦ୍ଧି ପାଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୪୬ ମୃତ, ୬୫୩୫ଟି ନୂଆ ଆକ୍ରାନ୍ତ ଚିହ୍ନଟ ଓ ୨୭୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୧୬୯୫ ଜଣ, ଗୁଜରାଟ ୮୮୮,ମଧ୍ୟପ୍ରଦେଶ ୩୦୦,ପଶ୍ଚିମବଙ୍ଗ ୨୭୮,ଦିଲ୍ଲୀ ୨୭୬,ରାଜସ୍ଥାନ ୧୬୭ ଓ ଉତ୍ତର ପ୍ରଦେଶରେ ୧୬୫ ଜଣଙ୍କର ମୃତ୍ୟୁ ହୋଇଛି।

Get real time updates directly on you device, subscribe now.