fbpx

ଆଜିଠାରୁ ୭ଦିନ ବନ୍ଦ ରହିବ ରାଜ୍ୟର ଏହି ଅଞ୍ଚଳର ଦୋକାନ ବଜାର

କନ୍ଧମାଳ, ୨୬ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ବର୍ତ୍ତମାନ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହିସବୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସଂଗଠନ ତରଫରୁ ଆଜିଠାରୁ ୭ଦିନ ପାଇଁ ରାଇକିଆ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । ଏନେଇ ସେହି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରଖିବାକୁ ମଧ୍ୟ ପ୍ରଚାର କରାଯାଇଛି ।

 

Get real time updates directly on you device, subscribe now.