fbpx

ଭଦ୍ରକରେ ସବୁ ରବିବାର ଦିନ ୭ଘଣ୍ଟା ଯାଏଁ ଖୋଲିବ ବହି ଦୋକାନ

Advertisement

ଭଦ୍ରକ, ୧୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନ ବେଳେ ପିଲାଙ୍କର ପାଠପଢ଼ାରେ କିପରି ଅସୁବିଧା ହେବ ନାହିଁ ସେନେଇ ପଦକ୍ଷେପ ନିଆଯାଉଛି । ଲକ୍ ଡାଉନ ବେଳେ ପାଠପଢ଼ାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଏକ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ସବୁ ରବିବାର ଦିନ ଭଦ୍ରକରେ ୭ଘଣ୍ଟା ଜିଲ୍ଲାର ସବୁ ବହି ଦୋକାନ ଖୋଲିବ । ରବିବାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବହି ଦୋକାନ ଖୋଲା ରହିବ ।

Get real time updates directly on you device, subscribe now.