fbpx

ଯଦି ଆପଣଙ୍କୁ ମିଳିନି ସପ୍ତମ କିସ୍ତି ର 2000 ଟଙ୍କା , ତୁରନ୍ତ କରନ୍ତୁ ଏହି କାମ

କୃଷକ ମାନଙ୍କ ଆନ୍ଦୋଳନ ମଧ୍ୟ ରେ କେନ୍ଦ୍ର ର ମୋଦି ସରକାର ପିଏମ୍‌ କିସାନ ସମ୍ମାନ ନିଧିର ୭ମ କିସ୍ତି ଜାରି କରିଦେଇଛନ୍ତି। ଯାହା ୧ ଡିସେମ୍ବରରୁ ସାରା ଦୁନିଆରେ ୧୧ କୋଟି ଚାଷୀଙ୍କ ଖାତାରେ ଜମା ହେବା ଆରମ୍ଭ ହୋଇସାରିଛି। ଏହି ଯୋଜନା ଅନୁଯାୟୀ, ସରକାରଙ୍କ ଦ୍ୱାରା ମୋଟ୍‌ 6ହଜାର ଟଙ୍କାର ଆର୍ଥିକ ସହାୟତା ଚାଷୀଙ୍କ ଆକାଉଣ୍ଟକୁ ସରକାର ପଠାଇଛନ୍ତି। ଯଦି ଏହି ଟଙ୍କା ଆପଣଙ୍କ ଖାତା କୁ ଆସିନାହିଁ ବ୍ୟସ୍ତ ନହୋଇ ତୁରନ୍ତ ଏହି କାମ କରନ୍ତୁ
ସର୍ବ ପ୍ରଥମେ ଆପଣଙ୍କୁ ପିଏମ୍‌ କିସାନ୍‌ ସମ୍ମାନ ନିଧିର ଅଫିସିଆଲ ୱେବସାଇଟ pmkisan.gov.inକୁ ଭିଜିଟ୍‌ କରିବାକୁ ହେବ।
ଏହାପରେ ଉପର ପାର୍ଶ୍ୱରେ ଆପଣଙ୍କୁ Farmers Corner ଦେଖାଇବ।
ଆପଣଙ୍କୁ ତାହା ଉପରେ କ୍ଲିକ କରିବାକୁ ହେବ।
ଏହାପରେ Beneficiary Status ଉପରେ କ୍ଲିକ କରିବାକୁ ହେବ।
ଏବେ ଆପଣଙ୍କୁ ଆଧାର ନମ୍ବର, ଆକାଉଣ୍ଟ ନମ୍ବର ଏବଂ ମୋବାଇଲ୍‌ ନମ୍ବର ଏଣ୍ଟର କରିବାକୁ ହେବ।

Get real time updates directly on you device, subscribe now.