fbpx

ପ୍ରଦୀପ ମାମଲା: ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଗ୍ରହଣ କଲେ ଲୋକାୟୁକ୍ତ

AAKASH

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୭ ତାରିଖରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିଶ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ଆଜି ଲୋକାୟୁକ୍ତ ଗ୍ରହଣ କରିଥିବା ଜଣାପଡ଼ିଛି ।

ଏନେଇ ଲୋକାୟୁକ୍ତଙ୍କ ନିକଟରେ ଏକ ମାମଲା ଦାଖଲ ହୋଇଛି । ଖୁବଶୀଘ୍ର ହାଜର ପାଇଁ ପ୍ରଦୀପଙ୍କୁ ଲୋକାୟୁକ୍ତ ନୋଟିସ ପଠାଇବେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ପ୍ରଥମ ମାମଲା ଭାବେ ରାଜ୍ୟ ସରକାର ଏହି ମାମଲାକୁ ଲୋକାୟୁକ୍ତ ତଦନ୍ତ ନିମନ୍ତେ ସୁପାରିଶ କରିଥିଲେ ।

Get real time updates directly on you device, subscribe now.