fbpx

52 ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସିଖବର ! ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ଅପଡେଟ୍

ନୂଆଦିଲ୍ଲୀ:  କେନ୍ଦ୍ରୀୟ କର୍ମଚାରୀଙ୍କୁ ନେଇ ବଡ଼ ଖବର ଆସିଛି । ସରକାର ଚଳିତ ମାସରେ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିଷ୍ପତ୍ତି ନେଇପାରନ୍ତି । ଏଥିରେ କର୍ମଚାରୀଙ୍କ ସର୍ବନିମ୍ନ ମୌଳିକ ଦରମା ବଢ଼ିବ । ଏଥିପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି, ଯାହାକୁ ସରକାରଙ୍କୁ ଦିଆଯିବ । ଡ୍ରାଫ୍ଟ ଜମା କରାଯିବାପରେ ଚଳିତ ମାସ ଶେଷ ସୁଦ୍ଧା ଏହି ପ୍ରସଙ୍ଗରେ ବୈଠକ ହୋଇପାରେ । ଏନେଇ ୟୁନିୟନ ତରଫରୁ ନୂଆ ଅପଡେଟ ଜାରି କରାଯାଇଛି । ଯଦି ଏହାକୁ ନେଇ ସହମତି ହେଉଛି ତେବେ ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ମୌଳିକ ଦରମା ଫିଟମେଣ୍ଟ ଫ୍ୟାକ୍ଟର ଅନୂଯାୟୀ ବୃଦ୍ଧି ହୋଇପାରେ ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ନୂଆ ମହଙ୍ଗା ଭତ୍ତା ଲାଗୁ ହେବାକୁ ଯାଉଛି । ଏଆଇସିପିଆଇ(AICPI) ଅନୂଯାୟୀ ଚଳିତ ମାସରେ ମହଙ୍ଗା ଭତ୍ତା ୪ ରୁ ୫ % ବଢ଼ିପାରେ, ଅର୍ଥାତ୍ ୩୮ ରୁ ୩୯ ପ୍ରତିଶତ ଡିଏ ହୋଇପାରେ । ଏହାରି ମଧ୍ୟରେ ଯଦି ଫିଟମେଣ୍ଟ ଫ୍ୟାକ୍ଟର(Fitment Factor) ଉପରେ ସରକାରୀ ସହମତି ହେଉଛି ତେବେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ସାଲାରୀ  ଏବଂ ପେନ୍ସନ ବଢ଼ିଯିବ ।

ଉଲ୍ଲେଖଯୋଗ୍ୟ, ୭ମ ବେତନ ଆୟୋଗ (7th Pay commission) କେନ୍ଦ୍ରୀୟ କର୍ମଚାରୀଙ୍କ ସାଲାରୀ ଫିଟମେଣ୍ଟ ଫ୍ୟାକ୍ଟର ଦ୍ୱାରା ନିଶ୍ଚିତ କରାଯାଇଥାଏ । ଯଦି ଫିଟମେଣ୍ଟ ଫ୍ୟାକ୍ଟର ବଢ଼େ ତେବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ସର୍ବନିମ୍ନ ଦରମାରେ ବୃଦ୍ଧି ଘଟିବ । ବର୍ତ୍ତମାନ କନ୍ଦ୍ରେୀୟ କର୍ମଚାରୀଙ୍କ ସର୍ବନିମ୍ନ ମୌଳିକ ଦରମା ୧୮ ହଜାର ଏବଂ ସର୍ବାଧିକ ୫୬୯୦୦ ଟଙ୍କା ରହିଛି ।

Get real time updates directly on you device, subscribe now.