fbpx

ନିର୍ବାଚନ ପୂର୍ବରୁ ଜିତିଲେ ମୁଖ୍ୟମନ୍ତ୍ରୀ ସମେତ ୮ ପ୍ରାର୍ଥୀ: ଯୁଦ୍ଧକ୍ଷେତ୍ରରୁ ଓହରିଗଲେ ବିରୋଧୀ ପାର୍ଟି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନକୁ ନେଇ ରାଜନୀତି ମାହୋଲ ଏବେ ସରଗରମ ହୋଇଛି । ଏପ୍ରିଲ ୧୯ ତାରିଖରେ ୬୦ଟି ଆସନ ବିଶିଷ୍ଟ ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ବିଜେପିକୁ ମିଳିଛି ଏକ ବଡ଼ ଉପହାର । ମତଦାନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ୮ ଜଣ ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ବିଜୟ ହାସଲ କରିଛନ୍ତି ଏହି ୮ ଜଣ ପ୍ରାର୍ଥୀ ।

ଅରୁଣାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ଏକ ଦମଦାର ସଫଳତା ହାସଲ କରିଛି । ମତଦାନ ହେବା ପୂର୍ବରୁ ହିଁ ୮ ଜଣ ପ୍ରାର୍ଥୀ ଗାଦି ଅକ୍ତିଆର କରିଛନ୍ତି । ବିରୋଧୀ ଦଳର ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରିବା କିମ୍ବା ଖାରଜ କରିବା ପରେ ବିଜେପିକୁ ବିଜୟ ମିଳିଛି । ତେବେ ଏହି ୮ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଧ୍ୟ ଏହି ପ୍ରକ୍ରିୟାରେ ନିର୍ବାଚିତ ହୋଇଛନ୍ତି । ବିରୋଧୀ ଦଳରୁ ପ୍ରାର୍ଥୀ ଓହରିଯିବା ପରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ହାସଲ କରିଛନ୍ତି ପେମା ଖାଣ୍ଡୁ । । ଏପ୍ରିଲ ୧୯ ତାରିଖରେ ୬୦ଟି ଆସନ ବିଶିଷ୍ଟ ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ,ହାପରେ ଜୁନ୍ ୨ ତାରିଖରେ ମତଗଣନା କରାଯିବ ।

Get real time updates directly on you device, subscribe now.