fbpx

୮ କୋଟି ଜାଲ୍ ନୋଟ୍ ଜବତ କଲା ପୋଲିସ

କୋରାପୁଟ, ୨ା୩ (ଓଡିଶା ଭାସ୍କର): କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଲ ଜବତ କରାଯାଇଛି । କାରରେ ଛତିଶଗଡ଼ ଯାଉଥିବା ବେଳେ ଏହି ନକଲି ନୋଟ୍ ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି । ।

ସୂଚନା ଅନୁଯାୟୀ, ସୁଙ୍କି ଆଉଟପୋଷ୍ଟ ନିକଟରେ ପଟାଙ୍ଗୀ ପୋଲିସ ଜାଲ ନୋଟ ଜବତ କରିଥିଲା । ଜବତ ଜାଲ ନୋଟର ମୂଲ୍ୟ ପ୍ରାୟ ୭ କୋଟି ୯୦ ଲକ୍ଷ ହେବ ବୋଲି ଜଣାପଡ଼ିଛି । ଏହି ନକଲି ନୋଟ ଜବତ ଦେଇ ସୁନାବେଡ଼ା ଏସଡିପିଓ ଆଜି ଅପରାହ୍ଣ ୩ଟା ପ୍ରେସ୍ ମିଟ୍ କରିବେ ବୋଲି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.