fbpx

ଦିନ ଦ୍ୱିପ୍ରହରରେ ବ୍ୟାଙ୍କରେ କଳାକନା ବୁଲାଇଦେଲେ ଦୁର୍ବୁତ୍ତ, ଗଲାବେଳେ ପକାଇଦେଲେ ତାଲା

AAKASH

ବସ୍ତା: ଦିନ ଦ୍ୱିପ୍ରହରରେ ବ୍ୟାଙ୍କରେ କଳାକଳା ବୁଲାଇଦେଲେ ଦୁର୍ବୁତ୍ତ । ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ମାରଣା ଅସ୍ତ୍ର ଦେଖାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା ।

ଏଭଳି ଘଟଣା ଘଟିଛି ବାଲେଶ୍ୱର ବସ୍ତା ଅଞ୍ଚଳର ବରୁଣଗଡ଼ିଆ ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରୁ । ସୂଚନା ଅନୂଯାୟୀ ୮ ଜଣ ଦୁର୍ବୁତ୍ତ ଗ୍ରାହକ ବେଶରେ ବ୍ୟାଙ୍କକୁ ଆସିଥିଲେ ଏବଂ ସୁବିଧା ଦେଖି କର୍ମଚାରୀ ଏବଂ ବ୍ୟାଙ୍କରେ ଥିାବ ଗ୍ରାହକଙ୍କୁ ମାରଣାସ୍ତ୍ର ଦେଖାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ଖାଲି ସେତିକି ନୁହେଁ ଗଲାବେଳେ ବ୍ୟାଙ୍କ୍ ଗେଟରେ ତାଲା ମଧ୍ୟ ପକାଇଦେଇଥିଲେ ଦୁର୍ବୁତ୍ତ । ଖବର ପାଇ ବସ୍ତା ପୋଲିସ ପହଞ୍ଚି ଗ୍ରାହକ ଓ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.