fbpx
BJD SKY
BJD SKY

ଗୋଟିଏ ପରିବାରର ୮ଜଣଙ୍କୁ ଲାଗିଲା ବିଦ୍ୟୁତ ଆଘାତ: ଜଣେ ମୃତ, ୭ ଜଣ ଗୁରୁତର

BJD

ନୂଆଦିଲ୍ଲୀ : ଦିନକୁ ଦିନ ମୃତ୍ୟୁର ସଂଖ୍ୟା ବଢ଼ିବାରେ ଲାଗିଛି । କିଏ ଆତ୍ମହତ୍ୟା କରୁଛି ତ କାହାର କାହାର ଦୁର୍ଘଟଣାରୁ ବି ଅଚାନକ ମୃତ୍ୟୁ ହେଉଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ର ୱାଶିମ୍ ଜିଲ୍ଲାର ମନୋରାରୁ ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୮ଜଣ ସଦସ୍ୟକୁ ବିଦ୍ୟୁତ ଆଘାତ ଲାଗିଛି । ଏହି ଦୁର୍ଘଟଣାରେ ପରିବାରର ଜଣେ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ୱାଶିମ୍ ଜିଲ୍ଲାର ମନୋରାର ଜୁନି ବସ୍ତି ଅଞ୍ଚଳରେ ଗୋଟିଏ ପରିବାରର ୮ ଜଣ ବ୍ୟକ୍ତିଙ୍କୁ ବିଦ୍ୟୁତ ଆଘାତ ଜାଗିଛି । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ନାମ ହେଉଛି ଗୋପାଳ ସରଗର ବୋଲି କୁହାଯାଉଛି। ଏହି ବିଦ୍ୟୁତ ଆଘାତ ମୃତ୍ୟୁ ହୋଇଥିବା ଯୁବକ ଗୋପାଳଙ୍କର ବୟସ ୨୦ ବର୍ଷ ଅଟେ । ପରିବାରର ଅନ୍ୟ ୭ଜଣ ସଦସ୍ୟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମନୋରାରେ ଅବସ୍ଥିତ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଏହି ସଦସ୍ୟମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରୁ ଡିଜିକୁ ପଠାଯାଇଛି।

Get real time updates directly on you device, subscribe now.