fbpx

କାନପୁରରେ ୮ ପୋଲିସ କର୍ମଚାରୀ ସହିଦ

କାନପୁର,୩/୭: ଉତ୍ତରପ୍ରଦେଶ କାନପୁରରେ ଆଜି ଅପରାଧୀଙ୍କୁ ଧରିବାକୁ ଯାଇଥିବା ବେଳେ ୮ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଅପରାଧୀ ବିକାଶ ଦୁବେ ଓ ସହଯୋଗୀଙ୍କ ଗୁଳିମାଡ଼ରେ ପୋଲିସ ସହିଦ ହୋଇଥିବା ଜଣାପଡିଛି।ଉତ୍ତରପ୍ରଦେଶର କାନପୁର ଧୌବେଦପୁର ଥାନା ଅନ୍ତର୍ଗତ ବେକରୁ ଗାଁ ନିକଟରେ ଘଟିଛି ଏହି ଅଘଟଣ।

ତେବେ ୟୁପି ପୋଲିସ ବିକାଶ ଦୁବେକୁ ଧରିବାକୁ ଯିବା ବେଳେ ଅପରାଧୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ୮ ପୋଲିସ ସହିଦ ହେବ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପଟେ ଅପରାଧୀ ବିକାଶ ଦୁବେ ଓ ତାର ୧୦ଜଣ ସହଯୋଗୀ ଏହି ଅଘଟଣ ଘଟାଇବା ପରେ ଘଟଣାସ୍ଥଳରୁ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟିନେଇ ଫେରାର ହୋଇଯାଇଛନ୍ତି।

Get real time updates directly on you device, subscribe now.