fbpx

ଗୋମାତାକୁ ନେଇ କଣ ରହିଛି ଅନ୍ଧବିଶ୍ୱାସ, ଜାଣନ୍ତୁ

ଭାରତରେ ଗାଈକୁ ଗୋମାତାର ମାନ୍ୟତା ଦିଆଯାଇଛି । ଏହି ଗୋମାତାଠାରେ ତେତିଶି କୋଟି ଦେବାଦେବୀ ବାସ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ମଧ୍ୟ ରହିଛି । ତେଣୁ ଗୋମାତାକୁ ନିର୍ଯ୍ୟାତନା ଦେଉଥିବା ଲୋକ ନରକ ଯନ୍ତ୍ରଣା ଭୋଗ କରେ ବୋଲି ଆମ ଶାସ୍ତ୍ରରେ ବଣ୍ଣନା କରାଯାଇଛି । ବିଶ୍ୱରେ ଗାଈ ହେଉଛି ଏକମାତ୍ର ପ୍ରାଣୀ ଯିଏକି ନିଶ୍ୱାସ ପ୍ରଶ୍ୱାସରେ ଅମ୍ଳଜାନ ଗ୍ରହଣ କରେ ଓ ଅମ୍ଳଜାନ ଛାଡ଼େ । ଏହି ଗାଈକୁ ନେଇ ରହିଛି ଅନେକ ଶୁଭ ଅଶୁଭ କଥା। ଆପଣଙ୍କ ଯାତ୍ରା କାଳରେ ଗାଈର କେଉଁ ଆଚରଣ ଅନୁସାରେ ଫଳ ଆସିଥାଏ ଜାଣି ରଖନ୍ତୁ।

ଶାସ୍ତ୍ର ଅନୁସାରେ ବ୍ୟକ୍ତି କୌଣସି କାର୍ଯ୍ୟରେ ଯାତ୍ରା କରୁଥିବାବେଳେ ଗାଈ ଯଦି ତାର ଆଚରଣରେ ପରିବର୍ତ୍ତନ ଦେଖାଏ, ତେବେ କିଛି ଅଘଟଣ ହେବାର ଦେଖାଯାଏ ।
ରାତିରେ ଗାଈ ଯଦି ବୋବାଏ ବା ହମ୍ବାରଡ଼ି ଛାଡ଼େ ତାହାଲେ ଶୁଭ ବୋଲି କୁହାଯାଏ ।
ବ୍ୟକ୍ତି ଯାତ୍ରା କରୁଥିବା କାଳରେ ବାମ ପଟରେ ଥାଇ ଗାଈ ବୋବାଇଲେ ଶୁଭ ବୋଲି ବିଚାର କରାଯାଏ ।
କିନ୍ତୁ ଯଦି ଗାଈ ଅର୍ଦ୍ଦରାତ୍ରରେ କର୍କଶ ସ୍ୱରରେ ବୋବାଏ କିମ୍ବା କାନ୍ଦୁଥିବାର ଜଣାଯାଏ, ତେବେ ଭୟ ବା ଆତଙ୍କ ପରିସ୍ଥିତିରେ ସାମ୍ନା କରିବାକୁ ହୋଇଥାଏ ।
ବ୍ୟକ୍ତି ଯାତ୍ରା କାଳରେ ଗାଈ ତାର ଖୁରାରେ ମାଟି ଖୋଳିଲେ ତେବେ ଜାଣନ୍ତୁ ଆଗକୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।
ଗାଈର ପିଠିରେ ମାଛି ବସିଲେ ବର୍ଷା ଆସିବାର ସମ୍ଭବନା ରହିଥାଏ ।
ବ୍ୟକ୍ତି ଯାତ୍ରା କାଳରେ ଗାଈ କାନ୍ଦୁଥିଲେ, ଦୁର୍ଘଟଣାରେ ପଡ଼ିପାରନ୍ତି ।
ଯାତ୍ରାକାଳରେ ଗାଈ ତାର ବାଛୁରୀକୁ ଦେଖି ବୋବାଇଲେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି  କଥାରେ ଅଛି।

 

Get real time updates directly on you device, subscribe now.