fbpx

ଭାରତ ନ ଆସି ଚୁପଚାପ ଚୀନ ଚାଲିଗଲେ ଏଲନ ମସ୍କ, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ଟେସଲା ସିଇଓ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଏକ୍ସର ମାଲିକ ଏଲନ ମସ୍କ ରବିବାର ଦିନ ଚୀନ ଗସ୍ତ କରିଛନ୍ତି । ସମାଚର ଏଜେନ୍ସି ରଏଟର୍ସ ଏହି ମାମଲା ବିଷୟରେ ସୂଚନା ଦେଇଛନ୍ତି । ଏହା ଆଶ୍ଚର୍ଯ୍ୟଜନକ ଏଥିପାଇଁ , କରାଣ ଏଲନ ମସ୍କ ଏପରି ସମୟରେ ଚୀନ ଯାଇଛନ୍ତି, ଯେଉଁଠାରେ ସେ ଭାରତ ଆସିବାକୁ ମନାକରିଦେଇଥିଲେ । ସେ କହିଥିଲେ ଯେ, ଟେସଲାର କାମ ଅଛି ବୋଲି ସେ ଭାରତ ଆସିପାରିବେ ନାହିଁ ।

ଏଲନ ମସ୍କଙ୍କ ପୋଷ୍ଟପୋନ ହେବାର ସୂଚନା ୨୦ ଏପ୍ରିଲକୁ ସାମ୍ନାକୁ ଆସିଥିଲା । ଭାରତର ଗସ୍ତରେ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଥିଲା । ଏହି ଭେଟିବାକୁ ନେଇ ଭାରତୀୟ ବଜାରରେ ଟେସଲା ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା । ଭାରତୀୟ ବଜାରରେ ଇଲେକ୍ଟ୍ରୋନିକ ଯାନର ବ୍ୟବହାର ବଢିବାରେ ଲାଗିଛି । ତେବେ ଏଲନ ମସ୍କଙ୍କ ହଠାତ ଏପରି ଚୀନ ଯିବାକୁ ନେଇ ପ୍ରଶ୍ନ ଉଠିଛି ।

ଅନେକ ଲୋକେ କହୁଛନ୍ତି ଯେ, ମସ୍କ ଚୀନ ଏଥିପାଇଁ ଯାଇଛନ୍ତି କାରଣ ଚୀନ ଇଲେକ୍ଟ୍ରୋନିକ ଭେହିକିଲ ମାର୍କେଟରେ ଟେସଲାର ଏଣ୍ଟ୍ରି କରାଯିବ । ଚୀନ ଇଲେକ୍ଟ୍ରୋନିକ ବାହନର ଦ୍ୱିତୀୟ ବଜାର ଅଟେ । ବର୍ତ୍ତମାନ ଚୀନରେ BYD, Li Auto ଏବଂ Xpeng ନାମକ କାର କମ୍ପାନୀ ଅଛି, ଯାହା ଇଲେକ୍ଟ୍ରିକ୍ ଯାନ ବିଭାଗରେ କାର ତିଆରି କରୁଛି। BYD ର ଇଲେକ୍ଟ୍ରୋନିକ କାରଗୁଡିକ ଚୀନରେ ଅଧିକ ବିକ୍ରି ହୁଏ।

Get real time updates directly on you device, subscribe now.