fbpx

T-20 ବିଶ୍ୱକପରେ ଖେଳିବ ଭାରତର ଏହି ୧୫ ଜଣିଆ ଦଳ! ଏଥର ଜିତିବ ଟିମ ଇଣ୍ଡିଆ?

ନୂଆଦିଲ୍ଲୀ: ସାରା ଭାରତ ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ରହିଛି । ସେପଟେ ଟି-୨୦ ବିଶ୍ୱକପ ପାଇଁ ଦଳ ଚୟନରେ ବ୍ୟସ୍ତ ହୋଇଗଲାଣି ବିସିସିଆଇ । ଆଉ ୨-୩ ଦିନ ମଧ୍ୟରେ ବିଶ୍ୱକପ ପାଇଁ ଦଳ ଘୋଷଣା କରାଯିବ । ଦଳରେ କେଉଁ ମାନଙ୍କୁ ସୁଯୋଗ ମିଳିବ ସେ ନେଇ ଅଙ୍କକଷା ଚାଲିଛି । ତେବେ ଏଥିମଧ୍ୟରେ ପୂର୍ବତନ କ୍ରିକେଟର ୱାସିମ ଜାଫର ନିଜର ୧୫ ଜଣିଆ ଦଳ ଚୟନ କରିଛନ୍ତି । ଏହି ଦଳରେ କେ.ଏଲ ରାହୁଲ, ଇଶାନ୍ କିଶାନ ଏବଂ ଶୁଭମନ ଗିଲଙ୍କ ଭଳି ଅନେକ ଖେଳାଳିଙ୍କୁ ବାଦ୍ ଦିଆଯାଇଛି । ତେବେ ବିସିସିଆଇ ମଧ୍ୟ ୱାସିମଙ୍କ ଏହି ଦଳ ଉପରେ ମୋହର ମାରିପାରେ ବୋଲି ଆଶା କରାଯାଇଛି ।

ଟି-୨୦ ବିଶ୍ୱକପ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ୮ ଜଣ ବ୍ୟାଟରଙ୍କୁ ସୁଯୋଗ ଦେଇଛନ୍ତି ଜାଫର । ୱିକେଟ କିପର ଭାବରେ ରିଷଭ ପନ୍ତ ଏବଂ ସଞ୍ଜୁ ସାମସନ ଦଳରେ ସୁଯୋଗ ପାଇଛନ୍ତି । ଦଳରେ ଓପନିଙ୍ଗ ଦାୟିତ୍ୱରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ବାମହାତୀ ଯୁବ ଓପନର ଯଶସ୍ୱୀ ଜଏସ୍ୱାଲଙ୍କୁ ସୁଯୋଗ ମିଳିଛି । ଏହାବ୍ୟତୀତ ବିରାଟ କୋହଲି ମଧ୍ୟ ଓପନିଙ୍ଗ କରିପାରନ୍ତି । ତେବେ ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଏବଂ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇଛନ୍ତି ୱାସିମ ଜାଫର । ସେହିପରି ରିଙ୍କୁ ସିଂହଙ୍କୁ ମ୍ୟାଚରେ ଫିନିସିଙ୍ଗ ଟଚ୍ ଦେବା ପାଇଁ ଦଳରେ ଚୟନ କରାଯାଇଛି ।

ଜାଫରଙ୍କଏହି ୧୫ ଜଣିଆ ଦଳରେ ଅନେକ ଅଲରାଉଣ୍ଡର ସାମିଲ ରହିଛନ୍ତି । ଦଳରେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କସହ ଶିବମ ଦୁବେ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଅଲରାଉଣ୍ଡର ଭୂମିକାରେ ପ୍ରମୁଖ ଦାୟିତ୍ୱ ପ୍ରଦାନ କରିଛନ୍ତି । ବୋଲିଂରେ ପେସ୍ ଆଟାକର ପ୍ରମୁଖ ସୂତ୍ରଧର ସାଜିବେ ୟର୍କର କିଙ୍ଗ ଯଶପ୍ରୀତ ବୁମରାହ ଏବଂ ତାଙ୍କ ସହିତ ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂହ ମୁଖ୍ୟ ଭୂମିକାରେ ରହିବେ । ଅନ୍ୟ ପକ୍ଷରେ ସ୍ପିନ ବିଭାଗରେ ବିଶ୍ୱକପରେ ପୁଣିଥରେ କୁଳ-ଚା ଯୋଡ଼ିଙ୍କୁ ସୁଯୋଗ ମିଳିପାରିବ । ୨୦୨୪ ଟି-୨୦ ବିଶ୍ୱକପରେ କୁଳଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ସ୍ପିନ ଆଟାକକୁ ମଜବୁତ କରିପାରନ୍ତି ।

ଟି-୨୦ ବିଶ୍ୱକପ ପାଇଁ ୱାସିମ ଜାଫରଙ୍କ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ସୂଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ।

Get real time updates directly on you device, subscribe now.