fbpx

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଜୁଲାଇରେ ଆରମ୍ଭ ହେବ ବନ୍ଦେ ଭାରତ ମେଟ୍ରୋର ଟ୍ରାଏଲ୍ ରନ୍

ନୂଆଦିଲ୍ଲୀ: ବନ୍ଦେ ଭାରତ ମେଟ୍ରୋ ଟ୍ରେନକୁ ନେଇ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି । ଭାରତରେ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନର ସଫଳତା ପରେ ଅଳ୍ପ ଦୂରତାର ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଯୋଜନା ଆରମ୍ଭ କରୁଛି । ଆସନ୍ତା ଜୁଲାଇରେ ଏହାର ଟ୍ରାଏଲ ରନ୍ ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ବନ୍ଦେ ଭାରତର ସ୍ଲିପର ଟ୍ରେନର ଟ୍ରାଏଲ ରନ୍ ଆସନ୍ତା ମାସରେ ଆରମ୍ଭ ହେବ ।

ରିପୋର୍ଟରୁ ପ୍ରକାଶ ଏହି ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ପ୍ରାୟ ୧୨୪ ଶହର କଭର କରିବ । ଏହି ଟ୍ରେନ୍ ୧୦୦ରୁ ୨୫୦ କିମି ଏବଂ ସ୍ଲିପର ଟ୍ରେନ୍ ୧୦୦୦ କିମିର ଦୂରତା ଅତିକ୍ରମ କରିବ । ବନ୍ଦେ ଭାରତ ମେଟ୍ରୋ ସେବା ଆରମ୍ଭ ହେବ ପରେ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ । ମେଟ୍ରୋ ସେବା ଆରମ୍ଭ ହେବା ଦ୍ୱାରା ଯାତ୍ରୀମାନେ ଖୁବ କମ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିପାରିବେ । ମେଟ୍ରୋରେ ସ୍ୱୟଂଚାଳିତ କବାଟ, ଶୀତତାପ ନିୟନ୍ତ୍ରଣ, ଉଚ୍ଚ ଆରାମ ସାଙ୍ଗକୁ ଏଥିରେ ଅନେକ ଫିଚର୍ସ ମିଳିବ ଯାହା ବର୍ତ୍ତମାନ ଚାଲୁଥିବା ମେଟ୍ରୋ ଟ୍ରେନରେ ଉପଲବ୍ଧ ନାହିଁ । ଏହାର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ରହିବ । ଏହି ଟ୍ରେନରେ ୧୨ଟି କୋଚ୍ ରହିବ । ସର୍ବାଧିକ ୧୬ଟି କୋଚ୍ ରହିପାରିବ । ଏହି ଟ୍ରେନ୍ ସେହିମାନଙ୍କ ପାଇଁ ବେଶି ସହାୟକ ହେବ ଯେଉଁମାନେ ପ୍ରତିଦିନ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯାତ୍ରା କରିଥାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ମେଟ୍ରୋ ଟ୍ରେନ୍ ୧୨୪ଟି ସହରକୁ ସଂଯୋଗ କରିବ । ଯେଉଁଥିରେ- ଲକ୍ଷ୍ନୌ-କାନପୁର, ଆଗ୍ରା-ମଥୁରା । ଦିଲ୍ଲୀ-ରେୱାରୀ, ଭୁବନେଶ୍ୱର-ବାଲେଶ୍ୱର, ଏବଂ ତିରୁପତି-ଚେନ୍ନାଇ ଅନ୍ତର୍ଭୁକ୍ତ ରହିଛି । ଅପରପକ୍ଷରେ ଆଗାମୀ ୨-୩ ବର୍ଷ ମଧ୍ୟରେ ମୁମ୍ବାଇରେ ଲୋକାଲ ଟ୍ରେନକୁ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ସେଟରେ ପରିବର୍ତ୍ତନ କରାଯିବାର ଯୋଜନା ରହିଛି । ଏହା ଦ୍ୱାରା ନିୟମିତ ରେଳ ଯାତ୍ରୀଙ୍କୁ ଏସି ଏବଂ ସ୍ୱୟଂଚାଳିତ କବାଟର ସୁବିଧା ମିଳିବ ।

Get real time updates directly on you device, subscribe now.